କନକ ବ୍ୟୁରୋ: ଜରୁରୀ ସେବା ସହ ଖେଳ, ୧୦୮କୁ ବଦମାସ କରୁଛନ୍ତି କଲ୍ା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଖୋଲାଯାଇଛି ହେଲପଲାଇନ ନମ୍ବର ୧୦୪ ଓ ୧୦୮ । ଗୁରୁତର ରୋଗୀଙ୍କୁ କିଭଳି ହସପିଟାଲ ପଠାଯିବ, ଶାରୀରିକ ସମସ୍ୟା ଥିଲେ ତୁରନ୍ତ କିଭଳି ଆମ୍ବୁଲାନ୍ସ ସେବା ମିଳିବ, ସେ ସବୁ ପରାମର୍ଶ ଏହି ନମ୍ବରରୁ ମିଳିଥାଏ । କିନ୍ତୁ କିଛି ବଦମାସ ଏହାର ମୂଲ୍ୟ ନ ବୁଝି ଟାଇମ ପାସ କରୁଛନ୍ତି । କଲ ସେଂଟରରେ ବସିଥିବା କର୍ମଚାରୀଙ୍କୁ ଫୋନ କରି ହଇରାଣ କରୁଛନ୍ତି । ଏମିତି କିଛି ଅଡିଓ କଲ ଲାଗିଛି କନକ ନ୍ୟୁଜ ହାତରେ ଋ
ଫୋନ-୧
ଜଣେ ବ୍ୟକ୍ତି ଫୋନ କରିି ମହିଳା କର୍ମଚାରୀଙ୍କୁ ଅନ୍ୟ ଜଣେ କର୍ମଚାରୀଙ୍କ ନମ୍ବର ମାଗୁଛନ୍ତି ଓ ଅଶ୍ଲୀଳ ଭାଷା ପ୍ରୟୋଗ କରୁଛନ୍ତି
ଫୋନ-୨
ଏକ ଫୋନ କଲରେ ଅଭଦ୍ରାମୀର ସବୁ ସୀମା ପାର ହୋଇ । ଏହି ଫୋନ କଲରେ ବ୍ୟକ୍ତି ଜରୁରୀ ସେବାକୁ ଫୋନ କରି ଅଶ୍ଲୀଳ ଭାଷା ପ୍ରୟୋଗ କରୁଛନ୍ତି । ଜରୁରୀ ସେବା ପାଇଁ ସରକାର ଖୋଲିଥିବା ହେଲ୍ପ ଲାଇନ୍ ନମ୍ବରକୁ ଆସୁଛି ଏପରି ଫୋନ କଲ ।
ଫୋନ-୩
ଆଉ କିଛି ବ୍ୟକ୍ତି ଫୋନ କରି ଥଟା ମଜା କରୁଛନ୍ତି । ଗୋଡ ଭାଙ୍ଗିଯିବା ନାଁରେ ଦ୍ୱି-ଅର୍ଥ ବୋଧକ ଶଦ୍ଦ ପ୍ରୟେ।।ଗ କରୁଛନ୍ତି ।
ଫୋନ-୪
ଆଉ କିଛି ବ୍ୟକ୍ତି ୧୦୮କୁ ଫୋନ କରି ଅଜବ ହରକତ କରୁଛନ୍ତି । ଅବାନ୍ତର ପ୍ରଶ୍ନ କରିବା ସହ ଅଶ୍ଳୀଳ ପ୍ରଶ୍ନ କରୁଛନ୍ତି । ଜରୁରୀ ସେବାଠାରୁ ଦୁରେଇ ଯାଇ କିଛି ଏମିତି ପ୍ରଶ୍ନ ପଚାରୁଛନ୍ତି ଯାହା ଶୁଣିଲେ ଆପଣ ତାଜୁବ ହୋଇଯିବେ ।
ଚଳିତ ବର୍ଷ ୧୦୮ ଓ ୧୦୪ କଲ ସେଣ୍ଟରକୁ ୫ ଲକ୍ଷ ମିଛ କଲ୍ ଆସିଥିବା ଜଣାପଡିଛି । ଏହା ଜାନୁଆରୀ ଏବଂ ଅକ୍ଟୋବର ମାସ ମଧ୍ୟରେ କଲ୍ ଆସିଥିବା ତଥ୍ୟ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନେ ଏପରି କଲକୁ ସାମ୍ନା କରି କରି ନୟାନ୍ତ ହେଲେଣି ।
ବଦମାସଙ୍କ ଫୋନ ଯୋଗୁଁ ପ୍ରକୃତ ରୋଗୀ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ପାଇ ପାରୁନାହାନ୍ତି । ଏହି ଜରୁରୀକାଳୀନ ବ୍ୟବସ୍ଥା ବା ହେଲ୍ପଲାଇନ ନମ୍ବରକୁ ଫୋନ କରି ଏପରି ଥଟ୍ଟା କରିବା କେତେ ଅବିବେକୀ କାମ, ତାହା ସହଜରେ ଅନୁମାନ କରିହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/17-13.jpg)