ସପିଂ ମଲରେ ସିଏମ୍ ! ଭଉଣୀ ଗୀତା ମେହେଟ୍ଟାଙ୍କ ସହ ନଜର ଆସିଲେ ନବୀନ

41

କନକ ବ୍ୟୁରୋ : ସର୍ବସାଧାରଣରେ ସିଏମ୍ । ଭଉଣୀଙ୍କ ସହ କଲେ ସପିଂ । ପ୍ରଶଂସକଙ୍କ ସହ ନେଲେ ସେଲ୍ଫି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା ସପିଂ ମଲରେ । ଭଉଣୀ ଗୀତା ମେହେଟ୍ଟାଙ୍କ ସହ ବୁକ୍ ଷ୍ଟୋରରେ ନିଜ ମନପସନ୍ଦର ବହି କିଣିଥିଲେ ନବୀନ । ତେବେ କମ୍ କଥା କହୁଥିବା ଏବଂ ଅଳ୍ପ ମିଶୁଥିବା ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଆରା ଅନ୍ଦାଜକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ଓଡ଼ିଶାର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟକ୍ତିଗତ ଜୀବନରେ ନବୀନ ସେତେ ସୋସିଆଲ୍ ନୁହନ୍ତି ବୋଲି ସବୁବେଳେ ଆସେ ଅଭିଯୋଗ କାରଣ ନବୀନଙ୍କୁ ବାହାରେ ସେତେ ଅଧିକ ଦେଖିବାକୁ ମିଳେନାହିଁ । ନବୀନଙ୍କୁ ଅଯଥା ବୟାନବାଜି କରିବାର ମଧ୍ୟ ଦେଖିବାକୁ ମିଳେନାହିଁ । କିନ୍ତୁ ଏବେ ଯାହା ସାମ୍ନାକୁ ଆସିଛି ତାହା ସିଏମଙ୍କ ଛବି ବଦଳାଇବାକୁ ଯଥେଷ୍ଟ । କାରଣ ନବୀନଙ୍କୁ ଦେଖିବାକୁ ମିଳିଛି ଏକ ସପିଙ୍ଗ୍ ମଲରେ ତାହା ପୁଣି ହାଲୁକା ଅନ୍ଦାଜରେ । ଭଉଣୀ ଗୀତା ମେହେଟ୍ଟାଙ୍କ ସହ ନବୀନ କରୁଛନ୍ତି ସପିଙ୍ଗ୍ । କେବଳ ସେତିକି ନୁହଁ ତାଙ୍କ ସହ ସେଲଫି ଉଠାଇବାକୁ ଅନୁରୋଧ ଆସିବାରୁ ସେ ତାକୁ ଗ୍ରହଣ ମଧ୍ୟ କରିଛନ୍ତି ।

ତେବେ ନବୀନଙ୍କ ପାଖକୁ ପୂର୍ବରୁ ଅନେକ ଥର ଭଉଣୀ ଗୀତା ମେହେଟ୍ଟା ଆସିଛନ୍ତି । ଖାସ କରି ନବୀନ ଯେତେବେଳେ କୌଣସି ସମସ୍ୟାରେ ଥାଆନ୍ତି ସେବେ ଭଉଣୀ ତୁରନ୍ତ ଚାଲିଆସନ୍ତି ଭାଇ ନବୀନଙ୍କ ପାଖକୁ । କଥା ନବୀନଙ୍କ ସ୍ୱାସ୍ଥ୍ୟର ହେଉ କିମ୍ବା ଅନ୍ୟ କୌଣସି ରାଜନୈତିକ ସମସ୍ୟାର ଗୀତା ତୁରନ୍ତ ଦିଅନ୍ତି ସମାଧାନ । ଋତୁ ଯାହା ମଧ୍ୟ ଥାଉ ସୋସିଆଲ୍ ମିଡ଼ିଆରେ ନବୀନଙ୍କ ଡିମାଣ୍ଡ ସବୁବେଳେ । କେବେ ସିଏମଙ୍କ ଆଡ଼କୁ ଆକ୍ଷେପ ତ କେବେ ବ୍ୟଙ୍ଗ । ଏବେ ସିଏମଙ୍କ ସପିଙ୍ଗ୍ ଏକ ଭାଇରାଲ୍ ଆଇଟମ୍ ପାଲଟିଛି । ଲାଗୁଛି ମଲରେ ଏବେ ଶୁଭୁଛି ସାର୍ ସେଲ୍ଫି ପ୍ଲିଜ୍ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –