କନକ ବ୍ୟୁରୋ : ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଫ୍ରାନ୍ସର ରେଳ ନେଟୱର୍କ ଉପରେ ବଡ଼ ଧରଣର ଆକ୍ରମଣ ହୋଇଛି। ଫ୍ରାନ୍ସର ହାଇସ୍ପିଡ ରେଳପଥର ଉପରେ ବଡ଼ ଧରଣର ସାଇବର ଆକ୍ରମଣ ହୋଇଛିଫଳରେ ହାଇସ୍ପିଡ ରେଳ ନେଟୱର୍କ ବିଶେଷ ଭାବରେ ପ୍ରଭାବିତ ହୋଇଛି। ସିଙ୍ଗମକୁ ପଙ୍ଗୁ କରିବା ପାଇଁ ହାଇସ୍ପିଡ ରେଳ ନେଟୱର୍କକୁ କିଛି ଦୁର୍ବତ୍ତ ଟାର୍ଗେଟ କରିଥିବା ଫ୍ରାନ୍ସ ରେଳ କମ୍ପାନୀ ଏସଏନସିଏଫ ପକ୍ଷରୁ କୁହାଯାଇଛି। ହାଇସ୍ପିଡ ରେଳ ନେଟୱର୍କ ବାଧାପ୍ରାପ୍ତ ହେବା ଯୋଗୁଁ ୮ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଫ୍ରାନ୍ସର ଜାତୀୟ ଟ୍ରେନ ଅପରେଟର କମ୍ପାନୀ ଏସଏନସିଏଫ ପକ୍ଷରୁ ଖବର ସରବରାହ ସଂସ୍ଥା ଏଏଫପିକ ପୂରା ଘଟଣା ସମ୍ପର୍କରେ ସୂଚନା ଦିଅଯାଇଛି। ଫ୍ରାନ୍ସର ଦ୍ରୁତଗାମୀ ରେଳ ନେଟଓ୍ବର୍କ ଉପରେ ହୋଇଛି ସାଇବର ଆକ୍ରମଣ। ଯେଉଁଥିପାଇଁ ଦେଶରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସହରରୁ ଅଲିମ୍ପିକ୍ସ କ୍ରୀଡ଼ାର ଉଦଘାଟନ ସମାରୋହ ଦେଖିବାକୁ ଯାତ୍ରୀମାନେ ପ୍ୟାରିସ ଆସିବା ଲାଗି ଷ୍ଟେସନଗୁଡ଼ିକରେ ଅଟକି ରହିଛନ୍ତି। ପୂର୍ବରୁ ଅଲିମ୍ପିକ୍ସରେ ରକ୍ତପାତ ହେବା ନେଇ ହମାସ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଥିବାବେଳେ ଉଦଘାଟନୀ ସମାରୋହ ଦିନ ରେଳ ନେଟଓ୍ବର୍କ ବାଧାପ୍ରାପ୍ତ ହେବା ଆୟୋଜକଙ୍କୁ ଅଡୁଆରେ ପକାଇଛି। ଫ୍ରାନ୍ସର ଜାତୀୟ ରେଳ ପରିଚାଳକ କହିଛନ୍ତି ଯେ, କୌଣସି ପ୍ରକାର ‘ମାଲିସିଅସ ଆକ୍ଟ’ ଯୋଗୁ ରେଳ ନେଟଓ୍ବର୍କ ବାଧାପ୍ରାପ୍ତ ହୋଇଛି। କେବଳ ଘରୋଇ ଟ୍ରେନ ନୁହେଁ, ପଡ଼ୋଶୀ ବେଲଜିୟମ ଏବଂ ଲଣ୍ଡନରୁ ଚ୍ୟାନେଲ ଟନେଲ ଦେଇ ଆସିବାକୁ ଥିବା ଟ୍ରେନ ବି ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଫ୍ରାନ୍ସର ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ ଏବଂ ପୂର୍ବାଞ୍ଚଳରେ ରେଳ ସେବା ଅଧିକ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସହରରେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରାଯାଉଥିବାବେଳେ ରେଳ ନେଟଓ୍ବର୍କ ପ୍ରଭାବିତ ହେବା ସରକାର ଏବଂ ଆୟୋଜକଙ୍କୁ ଚିନ୍ତାରେ ପକାଇଛି। ଅପରପକ୍ଷରେ ଉତ୍ୟକ୍ତ ଲୋକ ରେଳ ଲାଇନରେ ଅଗ୍ନି ସଂଯୋଗ କରିଥିବା ସୂଚନା ମିଳିଛି। ସେହିପରି ଭଙ୍ଗାରୁଜା କରାଯିବାରୁ ମଧ୍ୟ ଯାତାୟତ ପ୍ରଭାବିତ ହୋଇଛି।