କନକ ବ୍ୟୁରୋ : ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ବର ସବୁଠୁ ବଡ଼ କ୍ରୀଡା ପ୍ରତିଯୋଗୀତା ଅଲମ୍ପିକ୍ସ ୨୦୨୪। ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଅଲମ୍ପିକ୍ସର ସୁରକ୍ଷା, ଫ୍ରାନ୍ସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅଲମ୍ପିକ୍ସ ପାଇଁ ପ୍ୟାରିସରେ ଖେଳାଳୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅଲମ୍ପିକ୍ସ ଇତିହାସରେ ଏହା ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଲମ୍ପିକ୍ସ ବୋଲି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି। ବିଶ୍ବରେ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଏହି ଭୟକୁ ଅଧିକ ବଢାଇ ଦେଇଛି। ସୁରକ୍ଷା ପାଇଁ ପ୍ୟାରିସକୁ ହାଇ ଆର୍ଲଟରେ ରଖିଯାଇଛି। ୪ ସ୍ତପାହ ଧରି ହେବାକୁ ଥିବା ଏହି ଅଲିମ୍ପିକ୍ସରେ ସୁରକ୍ଷା ଦାୟୀତ୍ବରେ ୩୦ ହଜାରରୁ ୪୫ ହଜାର ପୋଲିସ ଫୋର୍ସ ମୁତୟନ କରାଯାଇଛି।

କାହିଁକି ଅଲିମ୍ପିକ୍ସକୁ ଆତଙ୍କୀ ଭୟ?
ଅକ୍ଟୋବର ୭, ୨୦୨୩ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧ
ବିଶ୍ବ ଉପରେ ଚାପ ପକାଇବାକୁ ଆକ୍ରମଣ କରିପାରେ ଆତଙ୍କୀ ସଙ୍ଗଠନ ହମାସ
ଇସ୍ରାଏଲକୁ ସମର୍ଥନ କରୁଥିବା ପାଶ୍ଚାତ୍ୟ ଦେଶ ଉପରେ ହମାସର ରାଗ
ୟୁରୋପରେ ଆଣ୍ଟି-ଇସଲାମିକ୍ ପରବେଶ ଅନ୍ୟ ଏକ କାରଣ
ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଏସ୍ ବଡ଼ ଆକ୍ରମଣ ଯୋଜନା
ଋଷିଆର ଆତ୍ମଘାତୀ ବିସ୍ଫୋରଣକାରୀ କରିପାରନ୍ତି ଆକ୍ରମଣ

ଅଲମ୍ପିକ ଆରମ୍ଭ ହେବାର ଦିନକ ପୂର୍ବରୁ ଜଣେ ଋଷିଆ ସନ୍ଦୀଗ୍ଧ ଗିରଫ ହେବା ପରେ ଆତଙ୍କବାଦୀ ଆକ୍ରମଣର ଭୟ ବଢିବାରେ ଲାଗିଛି। ପ୍ରତିଯୋଗିତାରେ ବାଧା ସୃଷ୍ଟି କରିବାକୁ ଯୋଜନା କରୁଥିବା ଅଭିଯୋଗରେ ଋଷିଆର ୪୦ ବର୍ଷିୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଫ୍ରାନ୍ସ ପୁଲିସ।ୟୁକ୍ରେନ ସହ ଯୁଦ୍ଧ ଯୋଗୁ ପାଶ୍ଚାତ୍ୟ ଦେଶ ଋଷ ଉପରେ କଟକଣା ଲଗାଇଥିବାରୁ ଋଷ କିଛି ବଡ଼ ଷଡଯନ୍ତ୍ର କରୁଥିବା କୁହାଯାଉଛି।

ପ୍ୟାରିସ ଅଲମ୍ପିକ୍ସରେ ଆକ୍ରମଣ କରି ବିଶ୍ବର ନିଜର ସ୍ଥିତି ଜାହିର କରିବାକୁ ଚାହୁଥିବା ଆତଙ୍କବାଦୀ ସଙ୍ଗଠନ ବଡ଼ ଧରଣର ଆକ୍ରମର କରିବାକୁ ଯୋଜନା କରୁଥିବା ଗୁଇନ୍ଦା ସୁତ୍ରରୁ ସୂଚନା ମଳିଛି। ଆତଙ୍କବାଦୀମାନେ ପଣବନ୍ଦୀ, ଆତ୍ମଘାତୀ ବିସ୍ଫୋରଣ, ବଡ଼ ଧରଣର ବୋମା ବିସ୍ଫୋରଣ କରିବାର ଆଶଙ୍କା ରହିଛି। ଏଥିସହ ଆତଙ୍କୀ ସଙ୍ଗଠନ ଅଲମ୍ପିକ୍ସରେ ବାଧା ସୃଷ୍ଟି କରିବାକୁ ବଡ଼ ଧରଣର ସାଇବର ଆକ୍ରମଣ ମଧ୍ୟ କରିପାରନ୍ତି ବୋଲି କୁହାଯାଉଛି। ଅଲମ୍ପିକ୍ସ ପାଇଁ ବିଶ୍ବର ଅଧିକାଂଶ ଦେଶର ଖେଳାଳୀଙ୍କ ସହ ଲକ୍ଷ ଲକ୍ଷ ପର୍ୟ୍ୟଟକ ପ୍ୟାରିସରେ ଅଛନ୍ତି। ଏପରି ସ୍ଥିତିରେ ସୁରକ୍ଷାକୁ ନେଇ ସମସ୍ତଙ୍କ ଚିନ୍ତା ବଢିବାରେ ଲାଗିଛି। ୨୦୧୭ରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚାହୁଁଥିଲା ଫ୍ରାନ୍ସ। କିନ୍ତୁ ୨୦୧୫ରେ ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣରେ ୧୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଯେଉଥି ପାଇଁ ଫ୍ରାନ୍ସକୁ ଅଲିମ୍ପିକ୍ସ ଆୟୋଜନ କରିବାକୁ ଦିଆଯାଇନଥିଲା। ଏବେ ଭୟ ଭିତରେ କଡା ସୁରକ୍ଷା ମଧ୍ୟରେ ପ୍ୟାରିସରେ ଅଲମ୍ପିକ୍ସ ଆରମ୍ଭ ହୋଇଛି।