ମାଲବାହୀ ଟ୍ରେନ ଲାଇନଚ୍ୟୁତ : କୋରାପୁଟ ଜୟପୁର ମଝିରେ ଟ୍ରାକରୁ ଖସିଲା ୧୨ ବଗି; ଛତିଶଗଡ଼ରୁ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣା

ଉଦ୍ଧାର କାର୍ଯ୍ୟ ଜାରି

36

କନକ ବ୍ୟୁରୋ :  ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ କୋରାପୁଟ-ଜୟପୁର ରେଳପଥରେ ଲାଇନଚ୍ୟୁତ । ରାତି ପ୍ରାୟ ସାଢେ ୧୨ଟା ବେଳେ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟ-ଜୟପୁର ରେଳପଥର ମାନବର ଓ ଜରଟି ଷ୍ଟେସନ୍ ମଝିରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଟ୍ରେନଟି କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଲୁହାପଥର ଗୁଣ୍ଡ ବୋଝେଇ କରି ଯାଉଥିଲା ।