ଅବହେଳିତ ‘ଭାରତଛାଡ଼ ଆନ୍ଦୋଳନ’ରେ ଶହୀଦ ହୋଇଥିବା ଶହୀଦଙ୍କ ସ୍ମୃତି ସ୍ତମ୍ଭ । 

Advertisment
ଅବହେଳିତ ‘ଭାରତଛାଡ଼ ଆନ୍ଦୋଳନ’ରେ ଶହୀଦ ହୋଇଥିବା ଶହୀଦଙ୍କ ସ୍ମୃତି ସ୍ତମ୍ଭ । 

କନକ ବ୍ୟୁରୋ: ଭାରତର ସ୍ୱାଧିନତା ଆନ୍ଦୋଳନରେ ବିଭିନ୍ନ ସ୍ଥାନ ବର୍ଣ୍ଣିତ ଅଛି । ସେଥି ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକର ତୁଡ଼ିଗଡ଼ିଆର ସ୍ଥାନ ଅନ୍ୟତମ । ଯେତେବେଳେ ଇଂରେଜମାନେ ଭାରତକୁ ନିଜ ଅକ୍ତିଆର ମଧ୍ୟରେ ରଖି ବିଭିନ୍ନ ପ୍ରକାର ନିର୍ଯାତନା ଦେଇଥିଲେ, ଠିକ୍ ସେତିକିବେଳେ ତୁଡ଼ିଗଡ଼ିଆ ଅଂଚଳରେ କିଛି ସାହସୀ ଯୁବକ ଭାରତ ସ୍ୱାଧୀନତା ଆନ୍ଦୋଳନର ନିଜକୁ ସାମିଲ କରି ଇଂରେଜଙ୍କ ବିରୁଦ୍ଧରେ ଲଢ଼େଇ କରି କାରାବରଣ ଭୋଗିବା ସହିତ ନିଜକୁ ବଳିଦାନ ମଧ୍ୟ ଦେଇଥିଲେ । ଭାରତ ସ୍ୱାଧୀନତା ଇତିହାସରେ ଏହି ଉପାନ୍ତ ଅଞ୍ଚଳର ଗାଁ ତୁଡ଼ିଗଡ଼ିଆ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କିନ୍ତୁ ଦୁଃଖର ବିଷୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଏହି ସ୍ଥାନରେ କିଛି ଉନ୍ନତି ହୋଇପାରୁନି ।

publive-image୧୯୪୨ ମସିହାରେ ଯେଉଁ  ଭାରତଛାଡ଼ ଆନ୍ଦୋଳନ ହୋଇଥିଲା ସେଥିରେ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ୍ର  ଏକ ଉପାନ୍ତ ଅଂଚଳ ତୁଡିଗଡ଼ିଆ  । ଦେଶ ପାଇଁ ବଳି ଦାନ ଦେଇଥିବା ମହାପୁରୁଷଙ୍କର ସହୀଦ ସ୍ମୃତି ସ୍ତମ୍ବ ଅବହେଳିତ ଅବସ୍ଥାରେ ଥିବାର ଗ୍ରାମବାସୀମାନେ ଅଭିଯାଗ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ୫୦ଲକ୍ଷ ଟଙ୍କା ସ୍ମୃତି ପୀଠର ଉନ୍ନତି କରିବା ପାଇଁ ପ୍ରଦାନ କରାଯାଇଥିଲେ ମଧ୍ୟ ଜମି ବିବାଦକୁ ନେଇ ଏଯାଏଁ ଆସିଥିବା ଟଙ୍କା ବିନିଯୋଗ ହୋଇପାରୁନାହିଁ । ଏହି ସହୀଦ୍ ସ୍ମୃତି ସ୍ତମ୍ବ ଆଖପାଖ ପରିବେଶ ଅପରିଷ୍କାର ହୋଇଥିବା ଓ ସହିଦ୍ ସ୍ମୃତି ଭବନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ବିଶ୍ୱ ପର୍ଯ୍ୟଟନ ଦିବସଥିଲା ବେଳେ ଏହି ଭଳି ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ସ୍ମତୀପୀଠକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ବୃଦ୍ଧିଜୀବୀ ଦାବି କରିଛନ୍ତି ।

publive-imageଇତିହାସର ତଥ୍ୟ ଅନୁସାରେ ତୁଡ଼ିଗଢ଼ିଆର ବୈଦ୍ୟନାଥ ରାଉତଙ୍କ ନେତୃତ୍ୱରେ ୧୯୪୨ ମସିହା ସେପ୍ଟେମ୍ବର ୨୮ତାରିଖ ଦିନ ଭାରତଛାଡ଼ ଆନ୍ଦୋଳନ  ଡାକରା ହୋଇଥିଲା । ସେତେବେଳେ ସେମାନେ ଘରୁ ଲୁଚିକରି ନିକାଞ୍ଚ ଜଙ୍ଗଲ ମଧ୍ୟରେ ସେମାନଙ୍କର ବୈଠକ କରୁଥିଲେ, ସେମାନେ ଶଙ୍ଖ ଧ୍ୱନୀ ସାହାଯ୍ୟରେ ସମସ୍ତଙ୍କୁ ସଜାଗ କରୁଥିଲେ ଏହା ହିଁ ଥିଲା ସେମାନଙ୍କର ଏକମାତ୍ର ମାଧ୍ୟମ । ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଏ ଅଞ୍ଚଳରେ ଏତେ ତୀବ୍ର ହୋଇଥିଲା ଯେ ଏଥିରେ ହଜାର ହଜାର ଲୋକ ଯୋଗଦେଇଥିଲେ । ଏହାକୁ ଇଂରେଜ ଫୌଜ ସହ୍ୟ କରିନପାରି  ଆକ୍ରମଣ କରିଥିଲେ । ଏହି ଆନ୍ଦୋଳନ •ଲିଥିବା ବେଳେ ଇଂରେଜଙ୍କ ଗୁଳିରେ ସ୍ୱାଧିନତା ସଂଗ୍ରାମୀ- ମକର ଲେଙ୍କା,ରଘୁ ବେହେରା ଓ କେଳୁ ସାହୁ ସେହିଠାରେ ମୃତ୍ୟୁ ବରଣ କରିଥିଲେ ଏବଂ ଶହଶହ ଲୋକ ଆହତ ହୋଇଥିଲେ । ଏହା ସହ ସଂଗ୍ରାମରେ ବୈଦ୍ୟନାଥ ରାଉତଙ୍କ ସମେତ କୃର୍ଷ୍ଣଚନ୍ଦ୍ର ପଣ୍ଡା, ଚିନ୍ତାମଣି ପଣ୍ଡା, ନିଧି ସାହୁ, ମଧୁ ଦାସ, ଅନନ୍ତ ପଣ୍ଡା ଓ ବାଞ୍ଚାନିଧି ପାଣିଗ୍ରାହୀଙ୍କ ସହିତ ୨୦ରୁ ଉଦ୍ଧ୍ୱର୍ ଲୋକ କାରାବରଣ ଭୋଗ କରିଥିଲେ । ତେଣୁ ସେହିଦିନଠାରୁ ଏହାର ନାମ ରକ୍ତ ତୀର୍ଥ ତୁଡ଼ିଗଡ଼ିଆ ନାମରେ ଏକ ଶହୀଦ ସ୍ମୃତି ସ୍ତମ୍ବ ନିର୍ମାଣ କରାଯାଇଛି । କିନ୍ତୁ ଏହି ସ୍ମୃତି ସ୍ତମ୍ବଙ୍କ ଚତୁପାଶ୍ୱର୍ରେ ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ଦେଖି ଏହି ପର୍ଯ୍ୟଟନ ସ୍ଥଳୀକୁ ଆସିବାକୁ ଇଚ୍ଛା କରୁନାହାନ୍ତି ପର୍ଯ୍ୟଟକ । ଏହି ସ୍ଥାନଟି ଅବହେଳିତ ହୋଇପଡ଼ିରହିବା ସହିତ ଅସମାଜିକ ଲୋକଙ୍କ ପାଇଁ ଏକ ଆଡ୍ଡାସ୍ଥଳୀ ପାଲଟିଛି । ବାରମ୍ବାର ପ୍ରଶାସନ ଅଧିକାରୀଙ୍କୁ ଏହି ବିଷୟରେ ପୁନଃଉଦ୍ଧାର କରି ପାର୍ଯ୍ୟଟନସ୍ଥଳୀର ଆକୃଷ୍ଟ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ । ଏ ବିଷୟରେ ଜିଲ୍ଲାପାଳଙ୍କୁ ପ•ରିବାରୁ ଯଥାଶୀଘ୍ର ସରକାରଙ୍କ ଠାରୁ ଆସିଥିବା ୫୦ଲକ୍ଷ ଟଙ୍କା ବିନିଯୋଗ କରି ଏହି ସହିଦ୍ ପିଠକୁ ଉନ୍ନତି କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe