ରାଜଧାନୀରେ ମିଳିବ ଫ୍ରି-ୱାଇଫାଇ ସେବା । ଜାଣନ୍ତୁ ଦୈନିକ କେତେ ଡାଟା ବ୍ୟବହାର କରିପାରିବେ ଲୋକେ… 

835

କନକ ବ୍ୟୁରୋ : ଏଣିକି ମୋବାଇରେ ଡାଟା ପ୍ୟାକ୍ ନଥିଲେ ବି ଚିନ୍ତା ନାହିଁ । ହାତ ପାହାନ୍ତାରେ ମିଳିବ ହାଇସ୍ପିଟ୍ ଇଣ୍ଟରନେଟ୍ ସେବା । ତାହା ପୁଣି ମାଗଣାରେ । ରାଜଧାନୀ ଭୁବନେଶ୍ୱରକୁ ବିକଶିତ କରିବା ଲକ୍ଷରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପକ୍ଷରୁ ଏହି ଲେବା ଆରମ୍ଭ ହୋଇଛି । ପ୍ରାର୍ଥମିକ ପର୍ଯ୍ୟାୟରେ ମୋଟ ୧୩୫୦ଟି ସ୍ଥାନରେ ଏହି ପଏଣ୍ଟ କାର୍ଯ୍ୟକ୍ଷମ ହୋଇଛି । ବାକି ପଏଣ୍ଟ ଗୁଡିକର କାର୍ଯ୍ୟ ଖୁବଶୀଘ୍ର ସରିବ ବୋଲି ବିଏସସିଏଲ୍ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଦୈନିକ କେତେ ଫ୍ରି-ଡାଟା ଲୋକଙ୍କୁ ମିଳିବ, କେମିତି ସୁବିଧାର ଲାଭ ଉଠାଇପାରିବେ ଲୋକେ ଏବଂ ଆଉ କେତୋଟି ପଏଣ୍ଟ କେଉଁ କେଉଁ ସ୍ଥାନରେ ଲାଗିବାର ବ୍ୟବସ୍ତା କରାଯାଇଛି ।

ବିଶେଷ କରି ଗରିବ ତଥା ମେଧାବୀ ପିଲା ଏହି ମାଗଣା ଇଣ୍ଟରନେଟ ସେବା ଦ୍ୱାରା ଉପକୃତ ହେବେ । ଜଣେ ବ୍ୟକ୍ତିଙ୍କୁ ଦୈନିକ ୫୦ ଏମବି ଲେଖାଏ ମାଗଣା ଡାଟା ମିଳିବ । ଏହି ସୁବିଧା ପାଇବାକୁ ହେଲେ ଗ୍ରାହକଙ୍କୁ ଭୁବନେଶ୍ୱର ମି ଆପକୁ ଲଗଇନ୍ କରି ନିଜ ମୋବାଇଲ ନମ୍ବର ଦେଲେ ସେଥିରେ ଏକ ଓଟିପି ଆସିବ । ଏହାକୁ ଦାଖଲ କରିବା ପରେ ଫ୍ରି-ୱାଇଫାଇ ସେବା ମିଲିବ । ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୪ ଘଣ୍ଟିଆ କର୍ମଚାରୀ ବି ନିୟୋଜିତ ହୋଇଛନ୍ତି ।

ତେବେ ବିଏସସିଏଲ୍ ପକ୍ଷରୁ ୨୦୧୮ରେ ମାଗଣା ୱାଇଫାଇ ପ୍ରକଳ୍ପ ଆରମ୍ଭ ହୋଇଥିଲା । ମାତ୍ର ୨ ଶହ ପଏଣ୍ଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ପାଖାପାଖି ୧୪ଶହ ପଏଣ୍ଟକୁ ସଂଯୋଗ ହୋଇପାରିଛି । ରେଳ ଷ୍ଟେସନକୁ ସଂଯୋଗ ହୋଇପାରିଛି । ରେଳ ଷ୍ଟେସନକୁ ଛାଡିଲେ ଅନ୍ୟ କେଉଁଠି ମାଗଣା ୱାଇଫାଇ ସେବା ମିଳୁନଥିଲା । ଲୋକଙ୍କୁ ଉନ୍ନତମାନର ତଥା ନିରବଚ୍ଛିନ୍ନ ଇଣ୍ଟରନେଟ୍ ସେବା ଯୋଗାଇ ଦେବାକୁ ଏହି ସେବା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୩୫୦ ପଏଣ୍ଟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୮ଶହ ପଏଣ୍ଟ ପୂରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।