ଚା’ ପିଅନ୍ତୁ, ୱାଇଫାଇର ମଜା ନିଅନ୍ତୁ: ସୁନ୍ଦରଗଡ଼ରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଆଲୋକଙ୍କ ଅଭିନବ ପ୍ରୟାସ

328

କନକ ବ୍ୟୁରୋ: ଚା’ ପିଅନ୍ତୁ ୱାଇ ଫାଇର ମଜା ନିଅନ୍ତୁ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚା’ ବିକାଳିଙ୍କ ଏଭଳି ନିଆରା ପ୍ରୟାସ ଏବେ ସମସ୍ତଙ୍କୁ ଆକୃଷ୍ଟ କରିଛି । ବର୍ତମାନ ଇଂଟରନେଟ ଯୁଗରେ ହାଇସ୍ପିଡ ଇନ୍ଟରନେଟ୍ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି । ଛାତ୍ରଛାତ୍ରୀ ହୁଅନ୍ତୁ କି କର୍ମଜୀବୀ ସବୁ ବୟସର ଲୋକଙ୍କ ପାଇଁ ଏବେ ଇଂଟରନେଟ ବେଶ ଜରୁରୀ ହୋଇପଡ଼ିଛି । ନିଜର କାର୍ଯ୍ୟ ପାଇଁ ହେଉ ଅବା ମନୋରଞ୍ଜନ କିମ୍ବା ଦେଶ ଦୁନିଆର ହାଲଚାଲ ଜାଣିବା ପାଇଁ ଲୋକଙ୍କର ହାଇସ୍ପିଡ ଇନ୍ଟରନେଟ୍ ଜରୁରୀ ପ୍ଡ଼ୁଛି ।

ଏଥିପାଇଁ ବଡବଡ ମଲ୍ ହେଉ କି ରେଷ୍ଟୁରାନ୍ଟ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ଗ୍ରାହାକଙ୍କୁ ଆକୃଷ୍ଟ କରିବାର ଉଦେଶ୍ୟରେ ମାଗଣା ଓାଇଫାଇ ସେବା ଉପଲବ୍ଧ କରାଇଥାନ୍ତି । ହେଲେ ସୁନ୍ଦରଗଡ ଭଳି ଏକ ଛୋଟ ସହରରେ ରାସ୍ତାକଡରେ ଥିବା ଏହି ଚା’ ବିକାଳୀଙ୍କ ମାଗଣା ୱାଇଫାଇ ସେବା ଲୋକଙ୍କୁ ଆକୃଷ୍ଟ କରିଛି । ଚା ପିଇବା ପାଇଁ ଆସୁଥିବା ବ୍ୟକ୍ତିଙ୍କୁ ମାଗଣା ଇନ୍ଟରନେଟ ସେବା ଯୋଗଇ ବର୍ତମାନ ଚର୍ଚ୍ଚାକୁ ଆସିଛନ୍ତି ସୁନ୍ଦରଗଡର ଚା ଦୋକାନୀ ଆଲୋକ ପାତ୍ର ।