କନକ ବ୍ୟୁରୋ : ଶୁକ୍ରବାରଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି କି କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଦିଆଯାଉଥିବା ଭ୍ୟାକ୍ସିନ କିଣିବାକୁ ଭାରତ ସରକାରଙ୍କୁ ପ୍ରତି ଡୋଜକୁ ୧୫୦ ଟଙ୍କା ଦେବାକୁ ହେଉଛି । ଭାରତ ସରକାରଙ୍କ ଦ୍ୱାରା କିଣାଯାଉଥିବା ଟିକା ରାଜ୍ୟମାନଙ୍କୁ ପୂର୍ବଭଳି ମାଗଣାରେ ଯୋଗାଇ ଦିଆଯିବ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏବେ ଦେଶରେ କୋଭିସିଲ୍ଡ ଓ କରୋନା ଟିକାର ଡୋଜ ଦିଆଯାଉଛି । ଖୁବଶୀଘ୍ର ବିଦେଶୀ ଭ୍ୟାକ୍ସିନ ସ୍ପୁଟନିକ୍ ଭି ଭାରତକୁ ଆସିଯିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି ।
It is clarified that Govt of India’s procurement price for both #COVID19 vaccines remains Rs 150 per dose.
GOI procured doses will continue to be provided TOTALLY FREE to States.@PMOIndia@drharshvardhan@AshwiniKChoubey@DDNewslive@PIB_India@mygovindiahttps://t.co/W6SKPAnAXw
— Ministry of Health (@MoHFW_INDIA) April 24, 2021
କହିରଖୁ କି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓକନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ବୈଠକରେ କରୋନାର ସ୍ଥିତି ନେଇ ଆଲୋଚନା ହେବା ସହ ଔଷଧର କଳାବଜାରୀ ରୋକିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।
ସୂଚନା ଥାଉକି କରୋନା ମହାମାରୀ ବିରୋଧରେ ଲଢିବାକୁ ଚଳିତବର୍ଷ ଜାନୁଆରୀ ମାସରୁ ଦେଶରେ ଟିକାକରଣ ଆରମ୍ଭ ହୋଇଛି । ଏହିକ୍ରମରେ ଦେଶରେ ମୋଟ ୧୩ କୋଟି ୮୩ ଲକ୍ଷ ୭୯ ହଜାର ୮୩୨ ଜଣଙ୍କୁ ଟିକା ଦିଆଯାଇଛି । ଏହାସହ ମେ ମାସ ପ୍ରଥମ ସପ୍ତାହରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।