ଇନଫୋସିସ୍ ଓ ଆସେଞ୍ଚର କମ୍ପାନୀର ବଡ ଘୋଷଣା । ଭାରତରେ ଥିବା ନିଜ କର୍ମଚାରୀଙ୍କ କୋଭିଡ ଟିକା ଖର୍ଚ୍ଚ ବହନ କରିବେ ଏହି ଦୁଇ କମ୍ପାନୀ

227

କନକ ବ୍ୟୁରୋ : ସୂଚନା ପ୍ରଯୁକ୍ତି ଉଦ୍ୟୋଗ ଇନଫୋସିସ୍ ଲିମିଟେଡ ଓ କନସଲଟାଣ୍ଟ ଆଉଟ ସୋର୍ସିଂ କମ୍ପାନୀ ଆସେଞ୍ଚର ଘୋଷଣା କରିଛନ୍ତି କି ଭାରତରେ ଥିବା ସେମାନଙ୍କ କର୍ମଚାରୀଙ୍କ କୋଭିଡ-୧୯ ଟିକା ଖର୍ଚ୍ଚ କମ୍ପାନୀ ତରଫରୁ ବହନ କରାଯିବ । କହିରଖୁ କି ମାର୍ଚ୍ଚ ପହିଲାରୁ ଭାରତରେ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ (ବ୍ୟାଧି ପୀଡିତ) ଲୋକମାନଙ୍କୁ ଟିକା ଦିଆଯାଉଛି । ଏହାସହ ସମସ୍ତ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ କେହି ବି ଟିକା ନେଇ ପାରିବେ ବୋଲି କୁହାଯାଇଛି । ଏନେଇ ଘରୋଇ ହସ୍ପିଟାଲରେ ଟିକା ନେଲେ ଲୋକମାନେ ଗୋଟିଏ ଡୋଜକୁ ୨୫୦ ଟଙ୍କା ଦେବାକୁ ପଡିବ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସ୍ୱାସ୍ଥ୍ୟସେବା ଦେଉଥିବା ଏକ କମ୍ପାନୀ ସହିତ ବୁଝାମଣା କରିଛି । ଯେଉଁ କମ୍ପାନୀ ଇନଫୋସିସ୍ ର କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ (ଯୋଗ୍ୟତା ଆଧାରରେ) ଟିକା ଦିଆ କରାଇବ ।

ସେହିଭଳି କନସଲଟାଣ୍ଟ ଆଉଟ ସୋର୍ସିଂ କମ୍ପାନୀ ଆସେଞ୍ଚର ପକ୍ଷରୁ କୁହାଯାଇଛି କି, କର୍ମଚାରୀ ଓ ତାଙ୍କ ଉପରେ ନିର୍ଭର କରୁଥିବା ଲୋକଙ୍କୁ ଚୟନ କରି ସେମାନଙ୍କୁ କମ୍ପାନୀ ପକ୍ଷରୁ ମାଗଣାରେ ଟିକା ଦେବା ଅଭିଯାନ ଆରମ୍ଭ କରାଯାଇଛି । କମ୍ପାନୀ ପକ୍ଷରୁ କୋଭାକ୍ସିନ ଟିକା ନିର୍ଦ୍ଧାରିତ ଦାମରେ କିଣି ଦିଆଯାଉଥିବା କୁହାଯାଇଛି । ଏହାସହ ଅନ୍ୟ କିଛି ଭାରତୀୟ କମ୍ପାନୀ ଜାନୁଆରୀ ମାସରୁ ସେମାନଙ୍କ କର୍ମଚାରୀଙ୍କୁ ମାଗଣା ଟିକା ଦେବା ନେଇ ବିଚାର କରୁଛନ୍ତି ।