ନୂଆ ଟ୍ରାଫିକ୍ ନିୟମ ପରେ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତି । ଦୁର୍ଘଟଣାଗ୍ରସ୍ତଙ୍କୁ ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା ।

1,416

କନକ ବ୍ୟୁରୋ: ନୂଆ ଟ୍ରାଫିକ୍ ନିୟମ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷର ନିଆଁ ଜଳୁଥିବାବେଳେ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତି । ଏଣିକି ଦୁର୍ଘଟଣାଗ୍ରସ୍ତଙ୍କୁ ଟ୍ୱିନସିଟିର ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା । ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ଥିବା ସମସ୍ତ ଘରୋଇ ମେଡ଼ିକାଲରେ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା ।

ତେବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର ଘରୋଇ ମେଡ଼ିକାଲ ସାମିଲ କରାଯାଛି । ଏଥିରେ ଆପୋଲୋ, ଆମ୍ରି ଓ ଅଶ୍ୱିନୀ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳିବ ବୋଲି ରାଜ୍ୟ ସରକାର ନିଷ୍ପତି କରିଛନ୍ତି । ଏଥିପାଇଁ ପ୍ରଥମ ଦଫାରେ ସ୍ୱାସ୍ଥ୍ୟ ବିଭାଗକୁ ୪ କୋଟି ପ୍ରଦାନ କରାଯିବ । ଆଉ ରାସ୍ତା ସୁରକ୍ଷା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦେବେ ରାଜ୍ୟ ସରକାର ।

ସେପଟେ ଟ୍ରାଫିକ୍ ନିମୟ ନେଇ ଉତ୍ତେଜିତ ଲୋକଙ୍କୁ ଶାନ୍ତ କରିବାକୁ ରାଜ୍ୟ ସରକାରଙ୍କ ଏହି ନୂଆ ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ତେବେ ଜରିମାନା ଆଦାୟରେ ଏବେ ଦେଶର ଏକ ନମ୍ବର ରାଜ୍ୟ ବୋଲାଉଥିବା ଓଡ଼ିଶାରେ ଟ୍ରାଫିକ୍ ନିୟମକୁ ନେଇ ଅସନ୍ତୋଷ ଲୋକଙ୍କୁ କିଭଳି ଶାନ୍ତ କରାଯିବ ସେନେଇ ଚିନ୍ତାରେ ରାଜ୍ୟ ସରକାର ।