କନକ ବ୍ୟୁରୋ: ତା ୧୪.୧୨.୨୩ ରିଖରେ ସମ୍ବଲପୁରର କାଇଁସିର୍ ଗ୍ରାମରେ ଆୟୋଜିତ ହୋଇଯାଇଛି ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା । ସମ୍ବଲପୁରର ଜଣେ ନାମୀ ଚର୍ମ ଓ କେଶ ବିଶେଷଜ୍ଞ ଡ. ରାଜ ମିଶ୍ର ସ୍ଵଇଚ୍ଛାରେ ଗ୍ରାମ ବାସୀଙ୍କୁ ସୁସ୍ଥ ଚର୍ମ ଓ କେଶ ବିଷୟରେ ପରାମର୍ଶ ଦେବା ପାଇଁ ଗୋଟିଏ ଶିବିର କରିଥିଲେ।
ଏହି ନିଃଶୁଳ୍କ ପରାମର୍ଶ ଶିବିରର ମୂଳ ଲକ୍ଷ୍ୟ ହେଉଛି ଗ୍ରାମବାସୀଙ୍କ ମଧ୍ୟରେ ସୁସ୍ଥ ଚର୍ମ ଓ କେଶ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଚର୍ମ ବା କେଶ ଜନିତ କୌଣସି ରୋଗକୁ ପୂର୍ବରୁ କେମିତି ପ୍ରତିବନ୍ଧନ କରା ଯାଇପାରିବ ତାହା ବୁଝାଇବା, ଯାହା କି ଅନେକ ବ୍ୟକ୍ତିମାନେ ସାଧରଣତଃ ଧ୍ୟାନ ଦିୟନ୍ତି ନାହିଁ ।
ଡ.ମିଶ୍ର ଗ୍ରାମବାସୀଙ୍କୁ ନିଃଶୁଳ୍କରେ ଚର୍ମ ଓ କେଶ ଜନିତ ସମସ୍ୟା ବିଷୟରେ ପରାମର୍ଶ ଦେଇଥିଲେ ଓ କହିଲେ କି ତାଙ୍କର ଲକ୍ଷ୍ୟ ହେଉଛି ସମ୍ବଲପୁରର ଆଖ ପାଖ ସମସ୍ତ ଗ୍ରାମରେ ଲୋକମାନଙ୍କୁ ଚର୍ମ ଓ କେଶ ଜନିତ ସ୍ବାସ୍ଥ୍ୟ ସେବା କରିବା ଓ ଯେଉଁମାନେ ଆର୍ଥିକ ଅସହାୟ ହୋଇ ଚିକିତ୍ସା ଲାଭ କରି ପାରୁ ନାହାନ୍ତି ତାଙ୍କର ନିଃଶୁଳ୍କରେ ଚିକିତ୍ସା କରିବା । ଏହି ପରାମର୍ଶ ଶିବିରରେ ଖୁବ୍ ସଂଖ୍ୟାରେ ଗ୍ରାମବାସୀ ମାନେ ଯୋଗଦାନ ଦେଇଥିଲେ ଓ ଚିକିତ୍ସଙ୍କ ଏମିତି ନିଃସ୍ୱାର୍ଥପରତା ମନୋଭାବକୁ ଖୁବ୍ ପ୍ରଶଂସା କରିଥିଲେ ।