ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବାଦ ପରିବାରର ବିଶେଷ କାର୍ଯ୍ୟକ୍ରମ: ଆସନ୍ତା ସପ୍ତାହରୁ ପ୍ରତିଦିନ ପ୍ରକାଶ ପାଇବ ‘ଶିକ୍ଷା ସମ୍ବାଦ’; ଲକଡାଉନ ଓ ସ୍କୁଲ ବନ୍ଦ ସମୟରେ ଘରେ ବସି ଉପକୃତ ହେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

465

କନକ ବ୍ୟୁରୋ: କରୋନା ସଂକଟର ମୁକାବିଲା ପାଇଁ ଲକଡାଉନ ଫଳରେ ବିଶେଷ ପ୍ରଭାବିତ ହୋଇଛି ଆମର ଶିକ୍ଷା ବ୍ୟବସ୍ଥା । ରାଜ୍ୟରେ ସ୍କୁଲ ଗୁଡିକ ପ୍ରୟା ୨ ମାସ ପୂର୍ବରୁ ବନ୍ଦ ହେଲାଣି । ଆସନ୍ତା ଜୁଲାଇ ପୂର୍ବରୁ ଏଗୁଡିକ ଖୋଲିବାର ସମ୍ଭାବନା ମଧ୍ୟ କମ୍ ରହିଛି । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ପରିଷଦ ପାଠ୍ୟକ୍ରମରେ ପରିବର୍ତନ କରିଛି । ଏଥିପାଇଁ ନୂଆ ବହି ଛପା ଯାଇଥିଲେ ମଧ୍ୟ ରାଜ୍ୟର ଗାଁ ଗହଳିରେ ନୂତନ ପାଠ୍ୟ ପୁସ୍ତକ ପହଂଚି ପାରିନାହିଁ । ଓଡିଆ ମାଧ୍ୟମ ସ୍କୁଲ ଗୁଡିକରେ ହ୍ୱାଟ୍ସଆପରେ ପାଠପଢା ପ୍ରକ୍ରିୟା ଆରମ୍ଭ କରାଯାଇଛି । ହେଲେ ସମସ୍ତଙ୍କ ପାଖରେ ଏହା ପହଂଚି ପାରିନାହିାଁ ଏଭଳି ପରିସ୍ଥିତିରେ ସମ୍ବାଦ ପରିବାର ପ କ୍ଷରୁ ଆରମ୍ଭ ହୋଇଛି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ।

ଆସନ୍ତା ସପ୍ତାହରୁ ଶିକ୍ଷା ସମ୍ବାଦ ଶୀର୍ଷକରେ ଗୋଟିଏ ପୃଷ୍ଠା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସମର୍ପିତ ହେବ । ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ନୂଆ ପାଠ୍ୟକ୍ରମ ଅନୁସାରେ ଏହି ପୃଷ୍ଠାଟି ପ୍ରସ୍ତୁତ କରାଯିବ । ଲକଡାଉନ ଓ ସ୍କୁଲ ବନ୍ଦ ସମୟରେ ଛାତ୍ରଛାତ୍ରୀମାନେ ତାଙ୍କର ସମୟକୁ ସଦୁପଯୋଗ କରିବାରେ ଏହା ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । ଏପରିକି ଯେଉଁ ପରିବାରରେ ହାଇସ୍କୁଲ ଛାତ୍ରଛାତ୍ରୀ ନଥିବେ ସେମାନେ ସମ୍ବାଦ ପଢିସାରିଲା ପରେ ଯାହା ଘରେ ନବମ କିମ୍ବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଥିବେ ସେମାନଙ୍କୁ ଏହି ସମ୍ବାଦପତ୍ରଟି ଦେଇ ସାହାଯ୍ୟ କରିବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି ।