କନକ ବ୍ୟୁରୋ : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ନିଟ୍ ଓ ଜେଇଇ କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅନଲାଇନ ମାଧ୍ୟମରେ ଏପରି କୋଚିଂ ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଆଶାୟୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସରକାରୀ ଉଚ୍ଚ ମାଧ୍ୟମିକ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଆରମ୍ଭ ହେବ ଏହି କୋଚିଂ । ମାଗଣା କୋଚିଂ ସହ ମାଗଣା ପାଠ୍ୟ ଉପକରଣ ମଧ୍ୟ ଯୋଗାଇ ଦିଆଯିବ । ପରୀକ୍ଷା ମୂଳକ ଭାବେ ଆଜିଠାରୁ ତିନି ଦିନ ସକାଳ ସାଢ଼େ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଉଭୟ ନିଟ୍ ଓ ଜେଇଇ ଆଶାୟୀ ମାନଙ୍କୁ କୋଚିଂ ଦିଆଯିବ । ଏହାପରେ ୮ତାରିଖରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ କୋଚିଂ । ପ୍ରିନ୍ସିପାଲ ଓ ନୋଡାଲ ଅଫିସରମାନେ କଲେଜରେ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ଲାସ ନେଇ କାର୍ଯ୍ୟସୂଚୀ ଜାରି କରିବେ । ଯେଉଁମାନେ କ୍ଲାସରେ ଯୋଗଦେବାକୁ ଚାହିଁବେ ସେମାନଙ୍କୁ ନିଟ୍ ଓ ଜେଇଇ କୋଚିଂ ପାଇଁ ଅନୁମତି ଦିଆଯିବ । କୋଚିଂ ସମୟରେ ନୋଡାଲ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ଉପସ୍ଥାନର ରିପୋର୍ଟ ପ୍ରଦାନ କରିବେ । ୪୦ରୁ ୫୦ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ କରିବେ । ଏନେଇ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।
ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଦକ୍ଷତା ବୃଦ୍ଧି ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ବ୍ୟବସ୍ଥା । ଯୁକ୍ତ ଦୁଇ ବିଜ୍ଞାନ ପିଲାଙ୍କ ପାଇଁ ମାଗଣା ନିଟ୍ ଓ ଜେଇଇ କୋଚିଂ
/kanak/media/post_attachments/wp-content/uploads/2024/01/20-1.jpg)