ମହିଳାଙ୍କୁ ମିଳିବ ମାଗଣା ଫୋନ ଓ ୱାଇ-ଫାଇ ! ଜାଣନ୍ତୁ କେଉଁଠି ହେଲା ଏଭଳି ଘୋଷଣା

60

ଏବେ ମହିଳାମାନଙ୍କୁ ଫୋନ ସହ ମାଗଣା ଓ୍ଵାଇ-ଫାଇର ସୁବିଧା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ରାଜସ୍ଥାନ ସରକାର ଏହି ଘୋଷଣା କରିଥିବା ବେଳେ ଭାମାଶାହ ଯୋଜନା ଅନୁଯାୟୀ ଏହି ସୁବିଧା ଦିଆଯିବ । ରାଜସ୍ଥାନର ୫ ହଜାର ଗ୍ରାମ ପଞ୍ଚାୟତରେ ମହିଳାଙ୍କୁ ଫୋନ ଏବଂ ମାଗଣା ଓ୍ଵାଇ-ଫାଇର ସୁବିଧା ଯୋଗାଇ ଦେବାକୁ ଯାଉଛନ୍ତି ରାଜସ୍ଥାନ ସରକାର, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ରାଜସ୍ଥାନରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ଯେଉଁଥି ପାଇଁ ବିଜେପି ସମେତ ଅନ୍ୟ ଦଳଗୁଡ଼ିକ ମତଦାତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଆରମ୍ଭ କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ମତଦାତାଙ୍କୁ ଲୋଭ ଦେଖାଇବା ପାଇଁ ଭାମାଶାହ ଯୋଜନାକୁ ମାଧ୍ୟମ କରି ମହିଳାଙ୍କୁ ଏହି ସୁବିଧା ଯୋଗା ଯାଉଛି ବୋଲି ଅନେକ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଏ ନେଇ ରାଜ୍ୟ ସରକାର ରିଲାଏନ୍ସ ଜିଓ ସହ ମିଶି ଜିଓ ଭାମାଶାହ କାର୍ୟ୍ୟକ୍ରମ ଆରମ୍ଭ କରିଥିବା ଜଣାପଡ଼ିଛି। ଚଳିତ ସପ୍ତାହରେ ଏହା ଲାଗୁ କରାଯାଇପାରେ ବୋଲି ସୂଚନା ମିଳିଛି । ଅଗଷ୍ଟ୧୫, ୨୦୧୪ରେ ଭାମାଶାହା ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ଏବେ ଏହାକୁ ମାଧ୍ୟମ କରି ନେତାମାନେ ଭୋଟ ହାସଲ କରିବାରେ ଲାଗି ପଡ଼ିଛନ୍ତି ।