କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ: ପ୍ରଭାବିତ ହେବ କି ଶୈକ୍ଷିକ ବାତାବରଣ?

190

କନକ ବ୍ୟୁରୋ: ବିଶ୍ୱରେ ଅନେକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠି ମୋବାଇଲ ବ୍ୟାନ । ଦେଶରେ ମଧ୍ୟ ଅନେକ ଆବାସିକ ଶିକ୍ଷାନୁଷ୍ଠାନଗୁଡିକରେ ମୋବାଇଲକୁ ନିଷିଦ୍ଧ କରାଯାଇଛି । ଶିକ୍ଷାବିତ୍ଙ୍କ ମତରେ ମୋବାଇଲ ଶୈକ୍ଷିକ ବାତାବରଣକୁ କ୍ଷତି ପହଂଚାଇଥାଏ । ଶିକ୍ଷା ଅପେକ୍ଷା ମୋବାଇଲରେ ସାମାଜିକ ଗଣମାଧ୍ୟମରେ ଯୋଡି ହେବାର ମାଧ୍ୟମ ବୋଲି ଅନେକ ଭାବିଥାନ୍ତି । ତେବେ ଅନେକ ଛାତ୍ରଛାତ୍ରୀ ଇଂଟରନେଟ ଦ୍ୱାରା ଅନଲାଇନ କ୍ଲାସଠାରୁ ଆରମ୍ଭ କରି ଷ୍ଟଡି ମ୍ୟାଟେରିଆଲ ଡାଉନଲୋଡ କରିଥାନ୍ତି । ସେମାନେ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।

ବୈଷୟିକ ଅନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ୧ ଜିବି ପର୍ଯ୍ୟନ୍ତ ମାଗଣା ଡାଟା ବ୍ୟବହାର କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟର ସହରାଂଚଳ ବ୍ୟତୀତ ଅନ୍ୟ ସ୍ଥାନରେ ମହାବିଦ୍ୟାଳୟ ଏବଂ ବିଶ୍ୱବଦ୍ୟାଳୟଗୁଡିକର ଭିତିଭୂମି ଆଶାନୁରୂପ ନାହିଁ । ତେଣୁ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ କରିଛନ୍ତି ଶିକ୍ଷାବିତ୍ । ଏପଟେ ମାଗଣା ଇଂଟରନେଟ ଯୋଗୁଁ ଏହାର ଅପବ୍ୟବହାର ନେଇ ମଧ୍ୟ ଆଶଙ୍କା ରହିଛି । ତେବେ ଏହାକୁ ଟେକ୍ନୋଲୋଜି ଦ୍ୱାରା ରୋକାଯାଇପାରିବ ବୋଲି ମତ ରଖିଛନ୍ତି ସାଇବର ଏକ୍ସପର୍ଟ ।

ଇଂଟରନେଟ୍ ଫ୍ରି ଦେବା ଅର୍ଥ କଲେଜ କ୍ୟାମ୍ପସରେ ମୋବାଇଲ ବ୍ୟବହାର ନେଇ ଗ୍ରୀନ ସିଗନାଲ ମିଳିଗଲା ବୋଲି କୁହାଯାଉଛି । ଦେଶରେ ଅନେକ କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନ ବ୍ୟବହାର ନେଇ ବାରଣ ରହିଛି ।