କନକ ବ୍ୟୁରୋ: ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ଆଜି ଦେଶବାସୀଙ୍କୁ ସମ୍ବୋଧନନ କରିବା ବେଳେ ଏହି ବଡ ଘୋଷଣା କରିଛନ୍ତି ମୋଦୀ । କରୋନା ସଙ୍କଟ ବେଳେ ଦେଶବାସୀଙ୍କୁ ମ।।ଗଣା ରାସନ ମିଳିବା ଦରକାର ବୋଲି ସେ କହିଥିଲେ । ଆଉ ଦୀପାବଳୀ ଯାଏଁ ଅର୍ଥାତ ନଭେମ୍ବର ମାସ ଯାଏଁ ମାଗଣା ରାସନ ମିଳିବ ବୋଲି ଘୋଷଣା କରିଥିଲେ । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଏହି ରାସନ ପ୍ରଦାନ କରାଯିବ ।
ଭ୍ୟାକ୍ସିନକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣା ଭ୍ୟାକ୍ସିନ ମଧ୍ୟ ଦିଆଯିବ । ଏହି ବ୍ୟବସ୍ଥା ୨୧ ଜୁନରୁ ଲାଗୁ ହେବ । ସେହିପରି ପ୍ରାଇଭେଟ ହସ୍ପିଟାଲରେ ଭ୍ୟାକ୍ସିନ ପାଇଁ ୧୫୦ ଟଙ୍କା ନିଆଯିବ ।
ମୋଦୀ ସମ୍ବୋଧନ ବେଳେ କହିଥିଲେ ଯେ, ଏବେ ବି କରୋନାର ଦ୍ୱିତୀୟ ଲହର ବିରୋଧରେ ଲଢେଇ ଜାରି ରହିଛି । ଦୁନିଆର ଅନ୍ୟ ଦେଶ ଭଳି ଆମ ଦେଶ ବି ଅନେକ କଷ୍ଟ ସମୟ ଦେଇ ଗତି କରୁଛି । ଏହି ସମୟରେ ଆମେ ଆମ ଅତ୍ମୀୟ ମାନଙ୍କୁ ହରାଇଛୁ । ଅକ୍ସିଜେନ, ଭେଣ୍ଟିଲେଟର ଭଳି ଅସୁବିଧାକୁ ସାମ୍ନା କରିଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/6c02cbcf-3257-4750-903a-f1448775288a.jpg)