ଦିଲ୍ଳୀର ସରକାରୀ ହସପିଟାଲରେ ଡାଏଲିସିସର ସୁବିଧାର ଅଭାବ ଏବଂ ଲମ୍ବା ସମୟ ପ୍ରତୀକ୍ଷା ସୂଚୀକୁ ଧ୍ୟାନରେ ରଖି ଏବେ ଘରୋଇ ହସପିଟାଲରେ ମାଗଣା ଡାଏଲିସିସର ସୁବିଧା କରାଯିବ । ଏଥିପାଇଁ ସାର୍ବଜନିକ ବ୍ୟକ୍ତିଗତ ଭାଗିଦାରୀ(ପିପିପି ) ଅଧିନରେ ଦିଲ୍ଲୀ ସରକାର ଘରୋଇ ହସପିଟାଲ ସହିତ ଚୁକ୍ତି କରିବ ଯେ, ଆର୍ଥିକ ଭାବେ ଦୁର୍ବଳ ରୋଗୀଙ୍କୁ ମାଗଣା ଡାଏଲିସିସର ସୁବିଧା ମିଳିବ ।
ଘରୋଇ ହସପିଟାଲକୁ ସରକାର ପ୍ରତି ରୋଗୀ ପ୍ରତି ୧୨୭୪ ଟଙ୍କା ପେମେଣ୍ଟ କରିବେ । ଏହି ସର୍ତ୍ତ ସହିତ ସ୍ୱାସ୍ଥ୍ୟ ବିଭାଗ ଘରୋଇ ହସପିଟାଲ ଠାରୁ ଆବେଦନ ମାଗିଛନ୍ତି ।ଆବେଦନ କରୁଥିବା ହସପିଟାଲ ଗୁଡିକ ପାଖରେ ୧୦ ଡାଏଲିସିସ ମେସିନ ଥିବା ଜରୁରୀ । ଆଶା ଅଛି ଯେ ଏହି ଯୋଜନା ଅଧିନରେ ୫ରୁ୧୦ ହସପିଟାଲକୁ ଯୋଡା ଯାଇ ପାରିବ । ଏହା ଦ୍ୱାରା ଡାଏଲିସିସର ଭଲ ସୁବିଧା ଉପଲବ୍ଧ ହୋଇପାରିବ । ଏଥିରେ ଗରୀବଙ୍କ ପାଇଁ ମାଗଣା ଏବଂ ଅନ୍ୟ ଲୋକଙ୍କ ପାଇଁ ଶସ୍ତା ଦାମରେ ଡାଏଲିସିସର ସୁବିଧା ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/77-delhi_5.jpg)
/kanak/media/post_attachments/wp-content/uploads/2018/05/hospital-300x150.jpg)