ତେଲେଙ୍ଗାନା ପାଇଁ ବିଜେପିର ନିର୍ବାଚନୀ ଉପହାର : ଶାସନକୁ ଆସିଲେ ମାଗଣାରେ ବାଣ୍ଟିବ ୧ଲକ୍ଷ ଗାଈ

Advertisment
ତେଲେଙ୍ଗାନା ପାଇଁ ବିଜେପିର ନିର୍ବାଚନୀ ଉପହାର : ଶାସନକୁ ଆସିଲେ ମାଗଣାରେ ବାଣ୍ଟିବ ୧ଲକ୍ଷ ଗାଈ

source : Zee News - India.com

ରାଜସ୍ଥାନରେ ୫ ବର୍ଷରେ ୫୦ ଲକ୍ଷ ଚାକିରି ପ୍ରତିଶ୍ରୁତି ଦେଇଥିବା ବିଜେପି ତେଲେଙ୍ଗାନାରେ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ତେଲେଙ୍ଗାନାରେ ୭ ଡିସେମ୍ବରକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିଜ ଘୋଷଣାପତ୍ର ପ୍ରକାଶ କରିଛି । ୨ ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ଛାଡ଼, ଡିଗ୍ରି ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍, ପ୍ରତିବର୍ଷ ୧ ଲକ୍ଷ ଲୋକଙ୍କୁ ମାଗଣା ଗାଈ ବଣ୍ଟନ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।

publive-image

ରାଜ୍ୟ ବିଜେପି ମୁଖ୍ୟ କେ ଲକ୍ଷ୍ମଣଙ୍କ ଦ୍ୱାରା ପ୍ରକାଶ ହୋଇଥିବା ଏହି ଇସ୍ତାହାରରେ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ଯେ ବିପୁଳ ଟଙ୍କା ଦେଇ ବଳପୂର୍ବକ ଧର୍ମ ପରିବର୍ତ୍ତନ ବନ୍ଦ କରିବାପାଇଁ ଏକ ଆଇନ ଅଣାଯିବ। ବାଂଲାଦେଶରୁ ବେଆଇନ ଭାବେ ଭାରତକୁ ପ୍ରବେଶ କରିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ପୁନର୍ବାର ବାଂଲାଦେଶ ପଠାଇ ଦେବା ପାଇଁ ପଦକ୍ଷେପ ନିଆଯିବ। କୃଷକମାନଙ୍କୁ ମାଗଣାରେ ଉତ୍ତମ ମାନର ମଞ୍ଜି ବିତରଣ ସହ ପ୍ରତି କୃଷକଙ୍କ ପାଇଁ ମାଗଣା ବୋରୱେଲ୍ ଏବଂ ପମ୍ପସେଟ୍ ବ୍ୟବସ୍ଥା କରାଯିବ। ସପ୍ତମରୁ ଦଶମ ଶ୍ରେଣୀ ଛାତ୍ରୀମାନଙ୍କ ପାଇଁ ମାଗଣା ସାଇକେଲ୍ ଏବଂ ଗରିବମାନଙ୍କ ପାଇଁ ୨୦୨୨ ସୁଦ୍ଧା ମାଗଣା ଘର ପ୍ରତିଶ୍ରୁତି ଦିଆଯାଇଛି। ଘର ନିର୍ମାଣ ହେବା ପର୍ଯ୍ୟନ୍ତ ମାସିକ ୫,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe