ନକଲି ସୁନା ଇଟା ଦେଇ ୫ଲକ୍ଷ ଟଙ୍କାର ଠକେଇ : ଚୌଦ୍ୱାରରୁ ଆସିଲା ଚାଂଚଲ୍ୟକର ଖବର ; ଦୁଇଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ

120

କନକ ବ୍ୟୁରୋ : ନକଲି ସୁନା ଇଟା ଦେଇ ୫ଲକ୍ଷ ଟଙ୍କାର ଠକେଇ । ୨ ଅଭିଯୁକ୍ତ ଗିରଫ । କଟକ ଚୌଦ୍ୱାରା ଅଂଚଳରେ ଘଟିଛି ଏହି ଘଟଣା । ଚୌଦ୍ୱାର ନବଗ୍ରହ ସାହିର ସୁଜିତ କୁମାର ମହାରଣାଙ୍କ ଠାରୁ ନକଲି ସୁନା ଇଟା ଦେଇ ୫ଲକ୍ଷ ଟଙ୍କା ଠକେଇ କରିଛନ୍ତି । ଏନେଇ ଅଭିଯୋଗ ପରେ ଚୌଦ୍ୱାର ଥାନା  ପୋଲିସ ତଳ ବଜାରର ବିଜୟ ବେହେରା ଓ ଓଟିଏମ୍ କଲୋନୀର ସଂଗ୍ରାମ ମହନ୍ତଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୧ ଲକ୍ଷ ୪୫ ହଜାର ଟଙ୍କା ୨ଟି ମୋବାଇଲ ଓ ୯ଶହ ଗ୍ରାମର ଏକ ନକଲି ସୁନା ଇଟା ଜବତ କରିଛି । ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରିଛି ଚୌଦ୍ୱାର ପୋଲିସ ।

ନକଲି ଇଟା ଦେଇ ଟଙ୍କା ଠକେଇ ଘଟଣାର ଅନ୍ୟମାନଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ଚୌଦ୍ୱାର ଥାନା ଅଧିକାରୀ କହିଛନ୍ତି । ଠକେଇର ଶିକାର ହୋଇଥିବା ସୁଜିତ ମହାରଣାଙ୍କ ଅଭିଯୋଗ ଅନୁଯାୟୀ ଅକ୍ଟୋବର ୨୬ରେ ଗାନ୍ଧୀ ଛକ ଠାରେ ଅଭିଯୁକ୍ତ ସଂଗ୍ରାମ ଛୋଟୁ ନାମକ ବ୍ୟକ୍ତି ସହ ପରିଚୟ କରାଇଥିଲେ । ସେଠାରେ ୯ଶହ ଗ୍ରାମର ସୁନା ଇଟା ସୁଜିିତକୁ ଦେଇଥିଲା ଛୋଟୁ  । ସେ ଘରକୁ ଆସି ସୁନାର ପରୀକ୍ଷା କରିବାରୁ ଏହା ନକଲି ବୋଲି ଜଣା ପଡ଼ିଥିଲା ।