ଫ୍ଲିପକାର୍ଟ ଏବଂ ଆମାଜନ୍ ସପିଙ୍ଗ୍ ଆପ୍ ରେ ଏବେ ଫେଷ୍ଟିଭ୍ ସିଜନ୍ ସେଲ୍ ଚାଲୁ ରହିଛି । ବିଭିନ୍ନ ପ୍ରଡକ୍ଟ ଉପରେ ଭଲ ରିହାତି ମିଳୁଛି । କିନ୍ତୁ ଆପଣ ଯେକୌଣସି ପ୍ରଡକ୍ଟ କିଣୁଥିଲେ ବି ଏଥିପ୍ରତି ସତର୍କତା ମଧ୍ୟ ଅବଲମ୍ବନ କରନ୍ତୁ । ନଚେତ୍ , ଆପଣ ଏପଟେ ସପିଙ୍ଗ୍ କରୁଥିବେ ଆଉ ସେପଟେ ଆପଣଙ୍କ ଆକାଉଣ୍ଟ୍ ରୁ ଆଉ କେହି ଟଙ୍କା ଉଡାଇନେବେ । ପ୍ରତିଥରର ସେଲ୍ ସମୟରେ ଅଧିକ ଜାଲିଆତି ତଥା ଫ୍ରଡ୍ କେସ୍ ଦେଖାଦେଇଥାଏ । ନୂଆ ନୂଆ ଟ୍ରିକ୍ ରେ ଲୋକଙ୍କୁ ଠକାମିର ଶିକାର ବନାନ୍ତି ଠକ ।
ତେବେ ଉଭୟ ଫ୍ଲିପକାର୍ଟ ଏବଂ ଆମାଜନ୍ ଆପ୍ ଏଭଳି ଠକାମିରୁ ବଂଚିବାକୁ ଗ୍ରାହକ ମାନଙ୍କୁ ସତର୍କ କରାଇଛନ୍ତି । ଆପଣଙ୍କୁ ଫୋନ୍ ରେ ବିଭିନ୍ନ ମେସେଜ୍ ଆସୁଥିବ ଯେଉଁଥିରେ ଫ୍ଲିପକାର୍ଟ ଏବଂ ଆମାଜନ୍ ସେଲରେ ବମ୍ପର ଅଫର୍ ମିଳୁଥିବା ଖବର ମିଳୁଥିବ । ତେବେ ଏହି ମେସେଜ୍ କୁ ଖୋଲିବା ମାତ୍ରେ ଆପଣଙ୍କୁ ଲଗ୍ ଇନ୍ କରିବାକୁ ପଡିଥାଏ । ଆପଣ ଲଗ୍ ଇନ୍ କରନ୍ତି ଏବଂ ପ୍ରଡକ୍ଟ କିଣିବାକୁ ଲାଗନ୍ତି । କିନ୍ତୁ ପେମେଣ୍ଟ୍ କରୁଥିବା ଟଙ୍କା କମ୍ପାନୀକୁ ନଯାଇ ଠକଙ୍କ ପାଖକୁ ଯାଏ । ଏଭଳି ଗୋଟିଏ କି ଦୁଇଟି ନୁହଁ ଅନେକ ଉଦାହରଣ ଦେଖିବାକୁ ମିଳିଲାଣି । ଫ୍ଲିପକାର୍ଟ ଏବଂ ଆମାଜନ୍ ଭଳି ଦେଖାଯାଉଥିବା ଫେକ୍ ୱେବସାଇଟ୍ କରି ଏଭଳି ଠକେଇ କରାଯାଏ । ଏହା କିଛି ଫେକ୍ ୱେବସାଇଟ୍ ର ନାଁ ଯାହାକୁ ଠକମାନେ ବ୍ୟବହାର କରି ଠକେଇକୁ ଆହୂୁରି ସରଳ କରିଦିଅନ୍ତି ।
ଯଦି ଆପଣଙ୍କୁ ମଧ୍ୟ ଏଭଳି ୱେବସାଇଟରୁ ମେସେଜ୍ ଆସୁଛି ତେବେ ଏଥିରେ କ୍ଲିକ୍ କରିବାର ଭୁଲ୍ କରନ୍ତୁ ନାହିଁ । ଏଭଳି flipkart.dhamaka-offers.com, flipkart-bigbillion-sale.com ସାଇଟ୍ ରେ ବିଜ୍ଞାପଦ ଆସେ । ଯଦି ପାରୁଛନ୍ତି ତେବେ ଏଭଳି ୱେବସାଇଟ୍ ର ମେସେଜ୍ ଆସିବା କ୍ଷଣି ଫ୍ଲିପକାର୍ଟକୁ ସୂଚିତ କରନ୍ତୁ । ତେବେ ଏଭଳି ୱେବସାଇଟ୍ କୁ ଚିହ୍ନିବା ବି ବହୁତ ସହଜ । ୧୦ ହଜାର ଟଙ୍କାରେ ମିଳୁଥିବା ଦ୍ରବ୍ୟଟି ଏଥିରେ ୧୦୦୦ କିମ୍ବା ୧୦୦ ବିକ୍ରି ହୋଇଥାଏ । ଯେଉଁଥିରେ ପ୍ରଲୋଭିତ ହୋଇ ଲୋକମାନେ ବି କ୍ଲିକ୍ କରନ୍ତି । କିନ୍ତୁ ପରେ ଆକାଉଣ୍ଟ୍ ରୁ କଟିଯାଏ ଟଙ୍କା ।
Follow Us
/kanak/media/post_attachments/wp-content/uploads/2019/10/xwe-300x226.png)
/kanak/media/post_attachments/wp-content/uploads/2019/10/a-300x227.png)
/kanak/media/post_attachments/wp-content/uploads/2019/10/xs-300x169.png)