କନକ ବ୍ୟୁରୋ: ଭାରତୀୟ ପୋଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ବଡ଼ ଠକେଇ । ଚାକିରି ଦେବାକୁ କହି ୩୦ରୁ ଅଧିକ ଯୁବକଙ୍କୁ ଚୁନା ଲଗାଇଲେ ଠକ । ଅଭିଯୋଗ ଅନୁସାରେ, ଏହି ଠକ ଛାତ୍ରମାନଙ୍କ ଠାରୁ ଟଙ୍କା ନେବା ପରେ ସେମାନଙ୍କୁ ଉତ୍ତରପ୍ରଦେଶରେ ଟ୍ରେନିଂ ଦେଇଥିଲେ । ସେଠାରେ ସେମାନଙ୍କୁ ପୋଷାକ ମଧ୍ୟ ଦେଇଥିଲେ । କିନ୍ତୁ ଚାକିରି ଦେବା ବଦଳରେ ଠକିଦେଲେ ।

Advertisment

ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଏଭଳି ଠକଙ୍କ ବିରୋଧରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକ । ପୁରୀ, କେନ୍ଦୁଝର ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଯୁବକମାନେ ଆସି ଅଭିଯୋଗ କରିଛନ୍ତି । ଲକ୍ଷଲକ୍ଷ ଟଙ୍କା ନେବା ପରେ ଠକ ଫେରାର ହୋଇଯାଇଛନ୍ତି । ସେମାନେ ପୋଲିସର ଲୋଗୋ ଲଗାଇ ଯୁବକଙ୍କୁ ଚୁନା ଲଗାଇଥିଲେ ।