କନକ ବ୍ୟୁରୋ : ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ତିନି ଜଣ ସାଙ୍ଗ । ମୟୁରଭଞ୍ଜ ବାଦାମପାହାଡ ଅଂଚଳରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି ।
ଅସ୍ତିଆର ରାଇଜିଂ ସବ୍ ସାଟିଫିକେସନ୍ ଏଣ୍ଡ ସେଫଟି ସରର୍ଭିସ୍ ନାମକ ସଂସ୍ଥା କିଛି ଯୁବକଙ୍କୁ ଟାଟା ପାୱାରରେ ଚାକିରି ଯୋଗାଇଦେବ କହି ଆବଶ୍ୟକୀୟ କାଗଜପତ୍ର ସାଙ୍ଗକୁ ୬୦ହଜାର ଲେଖାଏଁ ଟଙ୍କା ନେଇଥିଲା । ପରେ କମ୍ପାନୀ ମୁଖ୍ୟ ଚାକିରି ଆଶାୟୀଙ୍କ ଫୋନ ଉଠାଉନଥିବା ବେଳେ ଧରାଛୁଆଁ ଦେଉନାହାଁନ୍ତି । ଶେଷରେ ଯୁବକ ମାନେ ଏନେଇ ଥାନାର ଦ୍ୱାରସ୍ଥ ହେବା ସହ ସମ୍ପୃକ୍ତ କମ୍ପାନୀ ଏବଂ ତାର ମାଲିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।