କେନିଆରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଚଳୁ: ବ୍ରହ୍ମପୁରର କିଛି ଯୁବକଙ୍କ ନାଁରେ ପ୍ରସ୍ତୁତ ହୋଇଥିଲା ଭିସା

139

କନକ ବ୍ୟୁରୋ: ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ ହୋଇଛି । ବ୍ରହ୍ମପୁରରେ ବେକାରୀ ଯୁବକଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । କେନିଆରେ ଚାକିରି ଦେବାକୁ କହି ଠକେଇ କରିଛନ୍ତି ଅଭିଯୁକ୍ତ । ଏମାନଙ୍କ ନିକଟରୁ ୯୨ଟି ପାସପୋର୍ଟ ଜବତ ହୋଇଛି । ଠକେଇ ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗୋଳନ୍ଥରାର ଜଣେ ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଦୁଇ ଜଣଙ୍କ ଦ୍ୱାରା ଲୁଟର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ପାସପୋର୍ଟ ଓ ୧୦ଲକ୍ଷ ଟଙ୍କା ଦେଇଥିଲେ ତେବେ ଯେଉଁ କମ୍ପାନୀରେ ଚକିରି କରିବା ପାଇଁ ଅଭିଯୁକ୍ତ ମାନେ କହିଥିଲେ ତାହା ନକଲି ହୋଇଥିବା ସନ୍ଦେହ କରି ଅଭିଯୋଗ କରିଥିଲେ ଠକେଇ ଶିକାର ହୋଇଥିବା ଲୋକ । ଅଭିଯୋଗ ପରେ ପୁଲିସ ତଦନ୍ତ କରି ଘଟଣାରେ ସତ୍ୟତା ଥିବା ଜାଣିବାକୁ ପାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଅଂଚଳର ସି.ଏଚ ମୋହନ ରେଡ୍ଡୀ, ଶ୍ରୀକାକୁଲମର ସୀମାଂଚଳ ଓ ଦିଲେଶ୍ୱର ରାଓକୁ ଗିରଫ କରାଯାଇଛି ।