ନୟାଗଡର ଫ୍ରଡ ମାଷ୍ଟର : ନିଜକୁ ବିଏମସି କର୍ମଚାରୀ କହି ବଡ ଧରଣର ଠକେଇ; ଚାକିରୀ ଦେବା ନାଁରେ ବେକାର ଯୁବକ ଯୁବତୀଙ୍କ ଠାରୁ ୬ ଲକ୍ଷ ଚଳୁ

ଥାନାରେ ଏତଲା ପରେ ବାନ୍ଧିଲା ପୋଲିସ

114

କନକ ବ୍ୟୁରୋ : ଚାକିରି କରିବାକୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ମାଗିଲା । ବିନା ଇଂଟରଭ୍ୟୁରେ ଚାକିରି ମଧ୍ୟ ହେଇଗଲା । ଆପଏଂଟମେଂଟ ଲେଟର ଆସିଲା ଆଉ ଜଏନିଂ ଅର୍ଡର ବି ଆସିଲା । ତା ପୁଣି ପୋଷ୍ଟାଲରେ । ହେଲେ ଜଏନ କରିବାକୁ ଗଲା ବେଳକୁ କୁହାଗଲା ଆପଏଂଟମେଂଟ ଉପରେ ହାଇକୋର୍ଟ ଷ୍ଟେ କରିଦେଇଛନ୍ତି । ପରେ ବୁଝୁବୁଝୁ ଜଣା ପଡିଲା ଇଏ ପୁରା ଘଟଣା ହେଉଛି ଠକେଇର ଆଉ ଏକ ନୂଆ ତରିକା ।

ଆଉ ଏହି ତରିକାରେ ଏକାଧିକ ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଯୁବକକୁ ଗିରଫ କରିଛି ନୟାଗଡ ଜିଲ୍ଲା ଶରଣକୁଳ ପୋଲିସ । ଗିରଫ ଠକ ହେଉଛି ନୂଆଗାଁ ଅଂଚଳର ଅଭିଜିତ ପ୍ରଧାନ । ନିଜକୁ ଭୂବନେଶ୍ୱର ମ୍ୟୁନିସପାଲ କରପୋରେସନର କର୍ମଚାରୀ ବୋଲି ପରିଚୟ ଦେଇ ସେ ଏପରି ଠକାମୀ କରିଛନ୍ତି । ଏକାଧିକ ପୋଷ୍ଟ ପାଇଁ ଭିନ୍ନ ଭିନ୍ନ ଯୁବକ ଯୁବତୀଙ୍କ ଠାରୁ ପ୍ରାୟ ୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଛନ୍ତି । କରୋନା ଯୋଗୁଁ ଇଂଟରଭ୍ୟୁ କ୍ୟାନସଲେସନ ହୋଇଥିବା ସହ ଚାକିରୀ ମିଳିଯାଇଛି ବୋଲି କହିଥିଲା ।

ସେହି ହିସାବରେ ଡାକ ମାଧ୍ୟମରେ ବିଏମସି ଲଟେରପ୍ୟାଡରେ ଲିଖିତ ଆପଏଂଟମେଂଟ ଲେଟର ସହ ଜଏନିଂ ଅର୍ଡର ମଧ୍ୟ ମିଳିଥିଲା । ହେଲେ ଜଏନ କରିବାକୁ ଯାଇ ବୁଝିଲା ବେଳକୁ ଆପଏଂଟମେଂଟ ଉପରେ ହାଇକୋର୍ଟ ଷ୍ଟେ କରିଛନ୍ତି ବୋଲି ଅଭିଜିତ ସଂପୃକ୍ତ ଯୁବକ ଯୁବତୀଙ୍କୁ କହିଥିଲେ । ଅଧିକ ଖୋଳତାଡ କରିବାରୁ ଅଭିଜିତଙ୍କ ପୁରା ଠକେଇ ସାମ୍ନାକୁ ଆସିଛି ।