ପୋଲିସ ଚାକିରୀ ଦେବା ନାଁରେ ଦେଢ କୋଟିର ଠକେଇ । ଦୁଇ ଗିରଫ

111

ପୋଲିସ ଚାକିରୀ ଦେବା ନାଁରେ ଠକେଇ । ଦେଢ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ଦୁଇ ଜଣ ଠଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ଗିରଫ ୨ ଅଭିଯୁକ୍ତ ହେଲେ ବୈକୁଣ୍ଠନାଥ ନାୟକ ଓ ଭୀମସେନ ମହାରଣା । ୩୮ ଜଣ ଚାକିରୀ ଆଶୟୀଙ୍କ ଠାରୁ ପାଖାପାଖି ଦେଢ କୋଟି ଟଙ୍କା ଠକିନେଇଥିଲେ ଏହି ୨ ଠକ । ପୋଲିସ ବିଭାଗର ସିପିଏସି ପରୀକ୍ଷାରେ ଚାକିରୀ କରେଇ ଦେବା ନାଁରେ ଏମାନେ ଠକେଇ କରିଥିଲେ । ଠକ ଦୁଇଜଣ ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ଲୋକଙ୍କୁ ଚୁନା ଲାଗାଉଥିଲେ । ଗିରଫ ବେଳେ ତାଙ୍କ ନିକଟରୁ ୧୨ଟି ଏଟିଏମ କାର୍ଡ଼ ଓ ଜାଲ ପରିଚୟ ପତ୍ର ଜବତ କରାଯାଇଛି । ଅଭିଯୁକ୍ତ ମାନଙ୍କର ସମସ୍ତ ଆକାଉଂଟ ଫ୍ରିଜ କରିଛି ଇଓଡ଼ବ୍ଲ୍ୟୁ ।

ଦେଢ଼ କୋଟି ଟଙ୍କା ଠକି ନେଇଥିବା ଦୁଇ ଜଣ ଠକ ଗିରଫ ହୋଇଥିବାର ସୂଚନା ମିଳିଛି। ଉଭୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା। ଦୁହେଁ ୩୮ ଜଣ ପୁଲିସ ଚାକିରି ଆଶାୟୀଙ୍କଠାରୁ ପାଖାପାଖି ଦେଢ଼ କୋଟି ଠକି ନେଇଥିଲେ। ଏହି ଦୁଇ ଠକ ପୁଲିସ ବିଭାଗର ସିପିଏସି ପରୀକ୍ଷାରେ ଚାକିରି କରେଇ ଦେବା ନାଁରେ ଠକେଇ କରିଥିଲେ। ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା ଠକେଇ କରିଥିଲେ। ଗିରଫ ବେଳେ ସେମାନଙ୍କ ନିକଟରୁ ୧୨ଟି ଏଟିଏମ କାର୍ଡ ଓ ଜାଲି ପରିଚୟ ପତ୍ର ଜବତ କରାଯାଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅଭିଯୁକ୍ତମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଥିବା ଜଣାଯାଇଛି।