ସରକାରୀ ଚାକିରି କରାଇବା ନାଁରେ ଠକେଇ: ୧୨ ଲକ୍ଷ ଠକେଇ ଅଭିଯୋଗରେ ୩ ଗିରଫ

99

କନକ ବ୍ୟୁରୋ: ରାଜଧାନୀରେ ସରକାରୀ ଚାକିରୀ ଦେବା ନାଁରେ ୧୨ ଲକ୍ଷ ଟଙ୍କା ଠକେଇ । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ମିଶନ ଶକ୍ତି, ରେଲୱେ, ନାଲକୋ ଓ ବ୍ୟାଙ୍କରେ ଚାକିରୀ ଦେବା ନାଁ ରେ ଠକୁଥିଲେ୩ ଅଭିଯୁକ୍ତ । ସୁଭମ ସର୍ଭିସ ପ୍ଲେସମେଣ୍ଟ ନାଁ ରେ ଅଫିସ ଖୋଲି ଲୋକଙ୍କୁ ଠକୁ ଥିଲେ । ମିଶନ ଶକ୍ତିର ନକଲି ରବର ଷ୍ଟାମ୍ପ ସହ ବିଭିନ୍ନ କାଗଜ ପତ୍ର ଜବତ କରିଛି ପୋଲିସ ।

ଗତ ୬ ତାରିଖରେ ଠକାମିର ଶିକାର ହୋଇଥିବା ଜଣେ ଯୁବକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ସୁଭମ ପ୍ଲେସମେଣ୍ଟ ଅଫିସରେ ରେଡ଼ କରିଥିଲା ପୋଲିସ । ଅଭିଯୁକ୍ତ ମାନେ ଗିରଫ ହେବା ପରେ ଠକାମିର ଶିକାର ହୋଇଥିବା ଲୋକଙ୍କର ଥାନାରେ ବଢୁଛି ଲାଇନ ।