କନକ ବ୍ୟୁରୋ: ଚାକିରି କରାଇଦେବା ନାଁରେ ବଡ ଠକେଇ । ଅଭିଯୁକ୍ତ ବାଲେଶ୍ୱରର ସନ୍ତୋଷ ମହୁରୀ ଗିରଫ । ଆଇଓସିଏଲ ଓ ରେଳ ବିଭାଗରେ ଚାକିରି କରାଇଦେବାକୁ କହି ୫୯ ଲକ୍ଷ ୨୫ ହଜାର ଟଙ୍କା ଠକେଇ ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଗିରଫ କରିଛି । ଚାକିରି ଦେବା ବେଳେ ଅଭିଯୁକ୍ତ ସନ୍ତୋଷ ମହୁରୀ ନିଜକୁ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ପରିଚୟ ଦେଇଥିବା ଜଣାପଡିଛି । ଅଭିଯୁକ୍ତକୁ ପୋଲିସ କରିବା ବେଳେ ଜାଲ୍ ପରିଚୟ ପତ୍ର ଓ ବ୍ୟାଙ୍କ ପାସବୁକ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛି ।
ମନ୍ତ୍ରୀଙ୍କ ସଂପର୍କୀୟ କହି ଚାକିରି କରାଇଦେବା ନାଁରେ ଠକେଇ । ୫୯ ଲକ୍ଷ ୨୫ ହଜାର ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ ।
/kanak/media/post_attachments/wp-content/uploads/2023/11/Screen-Shot-2023-11-11-at-5.14.55-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)