କନକ ବ୍ୟୁରୋ: କ୍ରିପ୍ଟୋ କରେନ୍ସି ଭଳି ଡାଇକନ କରେନ୍ସି ନାଁରେ ଠକେଇ । ସାତ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ । ୨୫ମୋବାଇଲ, ୪ଲାପଟପ, ଦୁଇ କମ୍ପ୍ୟୁଟର, ୪ଗାଡି ସହ ମର୍ସିଡିଜ ଜବତ ହୋଇଥିବା ସୂଚନା । ଏହି ଠକ ଗ୍ୟାଙ୍ଗ ଡାଇକନ ନାମରେ କମ୍ପାନି ଖୋଲି ଲୋକ ମାନଙ୍କୁ ପ୍ରଲୋଭନ ଦେଖାଉଥିଲା । ଗୁଜରାଟର ଏକ କମ୍ପାନୀ ସହାୟତାରେ ଏହି ଆପ୍ ଖୋଲାଯାଇଥିବା ବେଳେ ଏଥିରେ ଟଙ୍କା ଲଗାଇବାକୁ ଗ୍ରାହକଙ୍କୁ ପ୍ରଲୋଭନ ଦେଖାଯାଉଥିଲା । ଏମାନେ ମୋଟ ୨ହଜାର ଲୋକଙ୍କ ଠାରୁ ପାଖାପାଖି ୧୦କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।
ଠକ ଗ୍ୟାଙ୍ଗର ମୁଖ୍ୟ ପ୍ରଶାନ୍ତ ମେହେର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ପ୍ରଶାନ୍ତର ସର୍ମ୍ପକୀୟ ବୋଲି ଜଣାପଡିଛି । ଠକେଇ ଟଙ୍କାରେ ଅଭିଯୁକ୍ତ ମାନେ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଜମି କିଣିଥିବା ଜଣାପଡିଛି । ଗିରଫ ପରେ ଏହି ଠକ ଗ୍ୟାଙ୍ଗ ନିକଟରୁ ୨୫ମୋବାଇଲ, ୪ଲାପଟପ, ଦୁଇ କମ୍ପ୍ୟୁଟର, ୪ଗାଡି ସହ ମର୍ସିଡିଜ ଜବତ ହୋଇଥିବା ସୂଚନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/01/111111111111.jpg)