ବସୁଧା ଯୋଜନା ନାଁରେ ଜାଲିଆତି । ପାଣି ମୁନ୍ଦାଏ ପାଇଁ ଏବେ ବି ଅସୁବିଧା ଭୋଗୁଛନ୍ତି ବୈପାରିଗୁଡା ଲୋକେ

Advertisment
ବସୁଧା ଯୋଜନା ନାଁରେ ଜାଲିଆତି । ପାଣି ମୁନ୍ଦାଏ ପାଇଁ ଏବେ ବି ଅସୁବିଧା ଭୋଗୁଛନ୍ତି ବୈପାରିଗୁଡା ଲୋକେ

କନକ ବ୍ୟୁରୋ: ବସୁଧା ଯୋଜନା ନାଁରେ ଜାଲିଆତି। କାଗଜ କଲମରେ ରହିଛି ୩ କୋଟି ୫୫ ଲକ୍ଷ ଟଙ୍କାର ବସୁଧା ଯୋଜନା ପ୍ରକଳ୍ପ । ହେଲେ ବାସ୍ତବରେ କୌଣସି ସୁଫଳ ପାଉନାହାନ୍ତି ଲୋକେ । ବିଶୁଦ୍ଧ ପାନୀୟ ଜଳ ପାଇଁ ସରକାରଙ୍କ ପ୍ରତିଶ୍ରୁତିକୁ ଏବେ ବି ଅନେଇ ବସିଛନ୍ତି ଦୁଇଟି ପଞ୍ଚାୟତର ଲୋକେ।

କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ୨୦ଟି ପଞ୍ଚାୟତର ପାନୀୟ ଜଳ ଯୋଗାଇବାକୁ ୧୬୩ କୋଟି ଟଙ୍କାର ମେଗା ଜଳ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଚାଲୁ ରହିଛି। କିନ୍ତୁ ମାଝୀଗୁଡା ଏବଂ ବୋଦାପୁଟ ଦୁଇଟି ପଞ୍ଚାୟତ ପାହାଡ଼ର ଶୀର୍ଷ ଭାଗରେ ଥିବାରୁ ସେଠାରେ ମେଗା ଜଳ ପ୍ରକଳ୍ପରୁ ପାଣି ଯିବା ସମ୍ଭବ ହୋଇ ପାରୁନାହିଁ। ଏହି ବ୍ଲକର ଦୁଇଟି ପଞ୍ଚାୟତରେ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପାଣି ଟାଙ୍କି ନିର୍ମାଣ ହୋଇଥିଲା। କିନ୍ତୁ ଅଧା ଘରକୁ ପାଣି ଯୋଗାଣ କରାଯାଇଥିଲେ ବି ପାଣି ପୂରା ଗାଁକୁ ଯୋଗାଯାଇଥିବା ଦର୍ଶାଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ପାଣି ଟୋପାଏ ପାଇଁ ଦୂରଦୂରନ୍ତକୁ ଯାଉଛନ୍ତି ଗ୍ରାମବାସୀ । ବିଳମ୍ବରେ ହେଉ ପଛେ ଗାଁକୁ ବସୁଧା ଯୋଜନାର ପାଇପ୍ ଲାଇନ୍ ଆସିଲା । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ଠିକାଦାର ଅଧିକାଂଶ ଘରକୁ ପାନୀୟ ଜଳର ସୁବିଧା ନଯୋଗାଇ କାଗଜ କଲମରେ ଗାଁକୁ ପାଣି ସୁବିଧା ଯୋଗାଇଥିବା ଦର୍ଶାଇଛନ୍ତି । ପ୍ରାୟ ୭୦ ଭାଗ ଲୋକ ଏହି ସବୁଧାରୁ ବଞ୍ଚିତ ରହିଛନ୍ତି । ସେପଟେ ସବୁ ଗାଁକୁ ପାଣି ଯୋଗାଯାଇଛି । କେବଳ ବିଦ୍ୟୁତ ସମସ୍ୟା ବାକି ଥିବା କହିଛନ୍ତି ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe