କନକ ବ୍ୟୁରୋ: ଡାକପାଳ ଲୁଟିନେଲେ ଲୋକଙ୍କ ଟଙ୍କା । ନକଲି ରସିଦ ଦେଇ ୨୦ଲକ୍ଷରୁ ଅଧିକ ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ । ଟଙ୍କା ଲୁଟ୍ ଅଭିଯୋଗରେ ଡାକ ଘରେ ଉପଡାକପାଳ ଓ ଡାକ ନିରୀକ୍ଷକଙ୍କୁ ତାଲା ପକାଇଦେଲେ ଉତ୍ୟକ୍ତ ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ନୂଆ ଉପଡାକଘର ସମୁଖରେ ।

Advertisment

ଅଭିଯୋଗ ଅନୁସାରେ, ଡାକ ଘରେ ବିଭିନ୍ନ ସଂଚୟ ଖାତା ଜରିଆରେ ଟଙ୍କା ଜମା ରଖିଥିଲେ । ହେଲେ ଉପଡାକପାଳ ପ୍ରିୟବ୍ରତ ଦାସ, ଲୋକଙ୍କର ଟଙ୍କା ନେଇ ନକଲି ରସିଦ ଦେଇଥିବା ଅଭିଯୋଗ ହୋଇଛି । ଖାତାରେ ଟଙ୍କା ଜମା କରିବାର ପ୍ରତିଶ୍ରୁତି ଦେଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏନେଇ ଉପଡାକପାଳ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ବେଳେ ଡାକ ନିରୀକ୍ଷକ ଲିଙ୍ଗରାଜ ସାହୁ ଅନୁଧ୍ୟାନ ପାଇଁ ଆସିଥିଲେ । ତାଙ୍କୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ତାଲା ପକାଇ ଦେଇ ଟଙ୍କା ଫେରାଇ ଦେବା ପାଇଁ ଦାବି କରିଥିଲେ ।