ଜାଲିଆତି କରି ଜୀବନ ସହ ଖେଳୁଛନ୍ତି! ନାଁ ପଢ଼ିଛନ୍ତି ଡାକ୍ତରୀ ପାଠ ନା ଅଛି ଶିକ୍ଷାଗତ ଯୋଗ୍ୟତା, ଅସଲି ପୋଷାକରେ ନକଲି ଡାକ୍ତର ସାଜି ବିକୁଛନ୍ତି ଔଷଧ ।

242

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟ ସେବାର ଉଜୁଡା ଚିତ୍ର । ଏବେ ବି ଆଦିବାସୀ ଅଂଚଳରେ ସ୍ୱାସ୍ଥାସେବା ଯୋଗାଇବା ଆଳରେ ରାଜୁତି କରୁଛନ୍ତି କ୍ୱାକ୍ । ପୂର୍ବରୁ ସ୍ୱାଭିମାନ ଅଂଚଳର ଯନ୍ତାପାଇ ହାଟରେ ନକଲି ଡାକ୍ତରମାନେ ଔଷଧ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପ୍ରସାରଣ ହୋଇଥିଲା । ଏବେ ନକଲି ଡାକ୍ତର ବା କ୍ୱାକ୍ ପଣସପୁଟ ପଂଚାୟତର ଜାମୁଗୁଡା ସ୍କୁଲ ନିକଟରେ ଔଷଧ ପସରା ମେଲି ବସିଥିବା ଦେଖିବାକୁ ମିଳିଛି । ଶିକ୍ଷାଗତ ଯୋଗ୍ୟତା ନଥାଇ ବି ଏମାନେ ହାଟରେ ଔଷଧ ବିକ୍ରି ମୋଟା ଅଙ୍କର ରୋଜଗାର କରୁଛନ୍ତି । ଆଉ ଗରିବ ଆଦିବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ।

ତେବେ ଉପାନ୍ତ ଅଞ୍ଚଳ ବୋଲି ଏହାର ଫାଇଦା ନେଉଥିବା ଏଭଳି କିଛି ଖଳପ୍ରକୃତିର ଠକ ମାନଙ୍କୁ କିଏ ଏମିତି ସାହାସ ଦେଉଛି? କାହା ଛତ୍ରଛାୟା ତଳେ ଏମିତି ଜାଲିଆତି କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ନକଲି ଡାକ୍ତର? ସରକାର ଓ ଜିଲ୍ଲା ପ୍ରଶାସନ କ’ଣ କରୁଛନ୍ତି? ନା ଏମାନଙ୍କ ସହ ପ୍ରଶାସନର ରହିଛି କି ମଧୂଚନ୍ଦ୍ରିକା?