ପୁଣି ବନ୍ଧା ହେଲା ଆବାସ ଠକ । ଗରିବ ହିତାଧିକାରୀଙ୍କ ଆବାସ ଟଙ୍କା ହଡ଼ପ ଅଭିଯୋଗରେ ୪୨୦ ଠିକାଦାର ସଞ୍ଜୀବ ସୁବୁଦ୍ଧି ଗିରଫ, ଠକ ନାଁରେ ଅଛି ୭ଟି ମାମଲା ।

281

କନକ ବ୍ୟୁରୋ : ଗରିବ ହିତାଧିକାରୀଙ୍କ ଆବାସ ଗୃହ ତିଆରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗରେ ପୁଣି ଗିରଫ ହୋଇଛନ୍ତି ଉମରକୋଟର ୪୨୦ ଠିକାଦାର ସଞ୍ଜୀବ ସୁବୁଦ୍ଧି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ କୁରସି ପଞ୍ଚାୟତର କିରାପାଣି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଅନେକ ହିତାଧିକାରୀଙ୍କ ନାଁ ରେ ଆସିଥିବା ଅନୁଦାନକୁ ଚଞ୍ଚକତା କରି ସେମାନଙ୍କ ଟଙ୍କା ହଡ଼ପ କରିଥିଲେ । ଏନେଇ ଗାଁର ରାମବତି ମାଝୀଙ୍କ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ପୂର୍ବରୁ ଜୁଲାଇ ମାସରେ ଉମରକୋଟ ବ୍ଲକ୍ କୁର୍ଷି ଗ୍ରାମର ୫ଜଣ ହିତାଧିକାରୀଙ୍କ ଟଙ୍କା ନେଇଯାଇଥିବା ଅଭିଯୋଗରେ ପୋଲିସ ସଞ୍ଜୀବକୁ ଗିରଫ କରିଥିଲା । ପ୍ରାୟ ମାସଟେ ଜେଲରେ ରହିବା ପରେ ଜାମିନରେ ଆସି ପୁଣି ଏଭଳି କାର୍ଯ୍ୟ ଚଳାଇଛନ୍ତି ଠିକାଦାର । ଠକ ଠିକାଦାରଙ୍କ ବିରୋଧରେ ଠକେଇ ନେଇ ଆଉ ୭ଟି ମାମଲା ରହିଥିବା ବେଳେ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଉମରକୋଟ ଥାନା ଅଧିକାରୀ ନରେଶ ପ୍ରଧାନ କହିଛନ୍ତି ।