ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡିନମ୍ବର ବଦଳିବା ମାମଲା: ଜଗଦ୍ଦେବଙ୍କ ନାଁରେ ହେବ ଜାଲିଆତି ମାମଲା ।

184

କନକ ବ୍ୟୁରୋ: ଲୋକଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କରି ବିବାଦୀୟ ହୋଇଥିବା ପ୍ରଶାନ୍ତ ଜଗଦେବ ଜାଲିଆତି କରିଥିଲେ । ଗାଡି ନମ୍ବର ହେରାଫେରି ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଖୋର୍ଧା ଏସପି ଅଲେଖ ପହି । ପୁଲିସ ସୂଚନା ଅନୁସାରେ, ଡିସକଭରି ଗାଡି ଚଢାଇ ଘଟଣାଦିନ ଲୋକଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ।

ସିଜ କରାଯାଇଥିବା ଗାଡିର ନମ୍ବର ଥିଲା, ଓଡି-୦୨ ଏୱାଇ ୫୭୭୫ । ସିଜ କରିବା ସମୟରେ ଗାଡିର ଚେସିସ ନମ୍ବର ପୁଲିସ ପକ୍ଷରୁ ସଂଗ୍ରହ କରାଯାଇଥିଲା । ପରବର୍ତୀ ସମୟରେ ଏମବିଆଇ ଦ୍ୱାରା ଯାଂତରୁ ଜଣାପଡିଲା ଗାଡି ନମ୍ବର ନକଲି ଥିଲା । ଏ ନେଇ ଜାଲିଆତିର ଏକ ମାମଲା ରୁଜୁ କରାଯାଇ କୋର୍ଟରୁ ଅବଗତ କରାଯିବ ବୋଲି ପୁଲିସ କହିଛି । ଏବେ ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଏହାପରେ ତାଙ୍କୁ ଜେଲକୁ ପଠାଇଦିଆଯିବ ।