ଅପହରଣ ଘଟଣାର ତଦନ୍ତ କରୁ କରୁ ବଡ଼ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ । ରେଳବାଇରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କାର ଚୂନା ମାରିଥିଲେ ଶଳା ଭିଣୋଇ 

Advertisment
ଅପହରଣ ଘଟଣାର ତଦନ୍ତ କରୁ କରୁ ବଡ଼ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ । ରେଳବାଇରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କାର ଚୂନା ମାରିଥିଲେ ଶଳା ଭିଣୋଇ 

କନକ ବ୍ୟୁରୋ: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ତଦନ୍ତ ଚାଲିଥିଲା ଅପହରଣ ମାମଲାର, ହେଲେ ଗୁମର ଖୋଲିଲା ଠକେଇର । ଚାକିରି ଦେବା ନାଁରେ ଟଙ୍କା ଠକି ନେଇଥିବା ଅଭିଯୋଗ କରି ଶଳା-ଭିଣୋଇଙ୍କୁ ଅପହରଣ କରି ନେଇଥିଲେ କିଛି ଯୁବକ । ଅପହୃତଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା କମିସନରେଟ୍ ପୁଲିସ । ତଦନ୍ତ ବେଳେ ବଡ଼ ଠକେଇର ପର୍ଦ୍ଦାଫାସ ହୋଇଛି । ରେଳ ବିଭାଗରେ ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇଛନ୍ତି ଶଳା-ଭିଣୋଇ । ଠକାମି ପାଇଁ ପୂରା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଏହି ଦୁଇଜଣ ।

ରେଳ ବିଭାଗରେ ଚାକିରୀ କରେଇଦେବେ କହି ଠକି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା, ରାଜଧାନୀର ୫ ଜଣ ଯୁବକଙ୍କୁ ଚାକିରୀ ଦେବେ କହି ପର୍ଯ୍ୟାୟ କ୍ରମେ ନେଇଥିଲେ ୨୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ,ମେଡିକାଲ ଟେଷ୍ଟ ମଧ୍ୟ କରେଇଲେ,ଆପଏଣ୍ଟମେଣ୍ଟ ଲେଟର ବି ଦେଲେ,ହେଲେ ସେସବୁ ଥିଲା ସମ୍ପୂର୍ଣ୍ଣ ନକଲି, ସନ୍ଦେହ ହେବାରୁ ଉକ୍ତ ୫ ଜଣ ଯୁବକ ଟଙ୍କା ଫେରେଇବା ପାଇଁ କହିଥିଲେ, ହେଲେ ଶଳା ଭିଣେଇ ଟଙ୍କା ଫେରେଇ ନଥିଲେ,ତେଣୁ ଟଙ୍କା ଫେରି ପାଇବା ପାଇଁ ଶଳା ଓ ଭିଣୋଇକୁ ଅପହଣର କଲେ ୫ ଯୁବକ । ତେବେ ସମରଜିତଙ୍କ ପତ୍ନୀ ସ୍ୱାମୀଙ୍କ ଅପହରଣ ନେଇ ଥାନାରେ ଅଭିଯୋଗ ଆଣିବା ପରେ ପୁରା ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ

ତେବେ ଘଟଣା ଟି ଯେତିକି ଆଶ୍ଚର୍ଯ୍ୟ ଲାଗୁଚି ସେତିକି ରୋଚକ । ସମରଜିତ ଓ ସୌମ୍ୟରଂଜନ ଲୋକଙ୍କୁ ରେଳ ବିଭାଗର ଜାଲ କାଗଜପତ୍ର ଦେଇ ରେଳ ବିଭାଗର ବିଭିନ୍ନ ପଦବୀ ପାଇଁ ଚାକିରୀ କରେଇବାର ଲୋଭ ଦେଉଥିଲେ,ଟଙ୍କା ଦେଇ ଭଲ ଚାକିରୀ ପାଇବା ଲୋଭରେ ଶିକ୍ଷିତ ଯୁବକ ମାନେ ଏହି ଜାଲରେ ଫସୁଥିଲେ, ଚାକିରୀ ପାଇଁ ରାଜଧାନୀ ର ବିଭିନ୍ନ ହୋଟେଲ ରେ ହେଉଥିଲା ଇଣ୍ଟରଭ୍ୟୁ । ରେଲୱେ ମେଡ଼ିକାଲ ରେ ହେଉଥିଲା ସ୍ୱାସ୍ଥ୍ୟ ପରୀକ୍ଷା । ଆଉ ତା ପରେ ପୋଷ୍ଟାଲ ରେ ଆସୁଥିଲା ନକଲି ଆପଏଣ୍ଟମେଣ୍ଟ ଲେଟର ଓ ନକଲି ଆଇଡ଼ି କାର୍ଡ,ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ରାଜ୍ୟ ବାହାରେ ବିଭିନ୍ନ ଷ୍ଟେସନ ରେ ଟ୍ରେନିଂ ପାଇଁ ମଧ୍ୟ ଲୋକଙ୍କୁ ପଠାଉଥିଲେ ଏହି  ଶଳା ଭିଣେଇ । ଏପରିକି ଷ୍ଟେସନ ରେଜିଷ୍ଟର ରେ ଏହି ଯୁବକ ମାନେ ସବୁଦିନ ସିଗନେଚର ମଧ୍ୟ କରୁଥିଲେ,ସମୟ ସମୟରେ ସେମାନଙ୍କୁ ଷ୍ଟାଇପେଣ୍ଡ ଆକାରରେ କିଛି ଟଙ୍କା ମଧ୍ୟ ଦେଉଥିଲେ ।

ଦୁଇ ୪୨୦  ଶଳା ଭିଣୋଇ ଗିରଫ ପରେ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ନେଇ ସନ୍ଦେହ କରୁଛି ପୋଲିସ। ଏମାନଙ୍କ ସହ ରେଳବାଇ ବିଭାଗର କିଛି କର୍ମଚାରୀ ସମ୍ପୃକ୍ତି ଥିବା ନେଇ ତଦନ୍ତ କରିବ ପୋଲିସ,ଏହି ଶଳା ଭିଣେଇଙ୍କୁ ରିମାଣ୍ଡରେ ଆଣି ଅଧିକା ପଚରାଉଚରା କଲେ ଏହି ରାକେଟ ର ପର୍ଦ୍ଦାଫାଶ ହୋଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe