ଶିଲ୍ପା ଓ ରାଜଙ୍କ ବିରୋଧରେ ଠକେଇ ମାମଲା । କିଏ କଲେ ମାମଲା ଦାଏର?

190

କନକ ବ୍ୟୁରୋ: ଅଭିନେତ୍ରୀ ଶିଲ୍ପା ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପିଛା ଛାଡୁନି ବିବାଦ । ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ କରିବା ଅପରାଧରେ ଜେଲରେ ରହି ଅସିବା ପରେ ଏବେ ପୁଣି ଆଉ ଏକ ବିବାଦ ଦେଖାଦେଇଛି । ଏଥର କିନ୍ତୁ ତାଙ୍କ ସହ ଯୋଡି ହୋଇଛି ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଲ୍ପା ସେଟ୍ଟିଙ୍କ ନାଁ । ତେବେ ଏହି ଦୁହିଁଙ୍କ ବିରୋଧରେ ମାମଲା ଦାଏର କରିଛି କିଏ?

ଦୁହିଁଙ୍କ ବିରୋଧରେ ଅର୍ଥ ଠକେଇ ଅଭିଯୋଗ କରି ଠକେଇ ମାମଲା ଦାଏର କରିଛନ୍ତି ନୀତିନ ବରଇ ନାମକ ବ୍ୟକ୍ତି । ମୁମ୍ବାଇ ବାନ୍ଦ୍ରା ପୋଲିସ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗରେ ମାମଲା ରୁଜୁ କରିଛି । ୧ କୋଟି ୫୧ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ମାମଲା ରୁଜୁ ହୋଇଛି । ଏକ ଫିଟ୍ନେସ୍ କମ୍ପାନୀ ମାଧ୍ୟମରେ ୨୦୧୪-୧୫ରେ ତାଙ୍କ ସହିତ ୧ କୋଟି ୫୧ ଲକ୍ଷ ଟଙ୍କା ହେରଫେର କରିଥିବା ନିତୀନ ବରଇ ଅଭିଯୋଗ କରିଛନ୍ତି । ନିତୀନଙ୍କ ଅଭିଯୋଗ ଆଧାରରେ ବାନ୍ଦ୍ରା ପୋଲିସ ଆଇପିସିର ଧାରା ୪୦୬, ୪୦୯, ୪୨୦, ୫୦୬, ୩୪ ଓ ୧୨୦ ବି’ରେ ମାମଲା ରୁଜୁ କରିଛି । ଏହା ସହ ମାମଲାର ଯାଂଚ ଆରମ୍ଭ ହୋଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ପଚରାଉଚରା କରାଯାଇପାରେ ।