ରାଜଧାନୀରୁ ଧରାପଡ଼ିଲା ହାଇ ପ୍ରୋଫାଇଲ ଠକ : ରିମାଣ୍ଡରେ ନେଲା ଲିଙ୍ଗରାଜ ଥାନା ପୋଲିସ

ଆରବିଆଇ ଗଭର୍ଣ୍ଣରଙ୍କ ଜ୍ୱାଇଁ କହି ୨ କୋଟି ୩୫ ଲକ୍ଷ ୮୦ ହଜାର ଟଙ୍କାର ଠକି ନେଇଥିବା ଅଭିଯୁକ୍ତ ପ୍ରଜ୍ଞା ନାୟକ

185

କନକ ବ୍ୟୁରୋ : ରାଜଧାନୀରୁ ଧରାପଡ଼ିଲା ହାଇ ପ୍ରୋଫାଇଲ ଠକ । ନିଜକୁ ବିଭିନ୍ନ କମ୍ପାନୀର ମାଲିକ କହି ଲୋକଙ୍କ ଠାରୁ ଠକୁଥିଲା କୋଟି କୋଟି ଟଙ୍କା । ଆଜି ଏହି ହାଇ ପ୍ରୋଫାଇଲ ଠକ ପ୍ରଜ୍ଞା ପ୍ରକାଶ ନାୟକକୁ ୬ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୁଲିସ । ନିଜକୁ ପି ଫୋର ଆସୋସିଏଟ୍ସର ନାମକ ଏକ କମ୍ପାନୀର ମାଲିକ ଦର୍ଶାଇଥିଲା । ନିଜ ସେୟାରକୁ ବିକିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ କୋଟି ୩୫ ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ୪ ତାରିଖରେ ଅଭିଯୁକ୍ତକୁୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରିଥିବା ବେଳେ ଆଜି ରିମାଣ୍ଡରେ ଆଣିଛି ପୁଲିସ । ରିମାଣ୍ଡରେ ଆଣିବା ପରେ ଅନ୍ୟ ଠକେଇ ଉପରେ ଗୁରୁତ୍ୱପୁର୍ଣ୍ଣ ସୂଚନା ମିଳିବ ବୋଲି ଆଶା ରଖିଛି ପୁଲିସ ।