ନିବେଶକଙ୍କୁ ଠକ ଲଗାଇଲେ ଶହେ କୋଟିର ଚୂନା । ସଂସ୍ଥା ବନ୍ଦ କରି ମାଲିକ ଫେରାର । ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କଲେ ନିବେଶକ

ନିବେଶକଙ୍କୁ ଠକ ଲଗାଇଲେ ଶହେ କୋଟିର ଚୂନା । ସଂସ୍ଥା ବନ୍ଦ କରି ମାଲିକ ଫେରାର । ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କଲେ ନିବେଶକ

କନକ ବ୍ୟୁରୋ: ଲୋଭ ଦେଖାଇ ଲୁଟ୍ । ଅଧିକ ସୁଧର ପ୍ରଲୋଭନ ଦେଖାଇ ଜମାକାରୀକୁ ଠକି ଦେଇଛି ସଂସ୍ଥା । କମ୍ ଅଧିକ ଟଙ୍କା ରୋଜଗାର କରିବା ଲୋଭ ଯୋଗୁଁ ଧୋକା ଖାଇଛନ୍ତି ଜମାକାରୀ । ଜଣେ ଦୁଇ ଜଣ ନୁହେଁ, ୫ଶହ ଲୋକଙ୍କୁ ଚୁନା ଲଗାଇଥିବା ୱେ ଟୁ ଆଡ ଇଣ୍ଡିଆ ନାମକ ସଂସ୍ଥା ବନ୍ଦ ହୋଇଯାଇଛି । ମାଲିକ ଫେରାର ହୋଇଯାଇଥିବା ବେଳେ ମ୍ୟାନେଜରକୁ ଧରି ଅର୍ଥନୈତିକ ଅପରାଧ ଶାଖାରେ ଫେରାଦ ହୋଇଛନ୍ତି ନିବେଶକ ।

  • ନିବେଶକଙ୍କୁ ଲାଗିଲା ଶହେ କୋଟିର ଚୁନା !
  • ସଂସ୍ଥା ବନ୍ଦ କରି ମାଲିକ ଫେରାର !
  • ମ୍ୟାନେଜରକୁ କାବୁ କଲେ ଲୋକେ

ଟଙ୍କା ନିବେଶ କରନ୍ତୁ, ମାଲା ମାଲ୍ ହୁଅନ୍ତୁ...ଲୋଭନୀୟ ଅଫର ସାଙ୍ଗକୁ ମୋଟା ଅଙ୍କର ରିଟର୍ଣ୍ଣ ,କିଛି ଏଭଳି ଲୋଭନୀୟ ଅଫର ଦେଇ ଶହ ଶହ ନିବେଶକଙ୍କୁ ପାଖାପାଖି ଶହେ କୋଟି ଟଙ୍କା ଠକିଥିବା ନେଇ ଅଭିଯୋଗ ଆସିଛି ଭୁବନେଶ୍ୱର ୱେ ଟୁ ଆଡ ଇଣ୍ଡିଆ ନାଁରେ । ଭୁବନେଶ୍ୱର ପଳାଶୁଣିରେ ରିଚାର୍ଜ,ୱାଟର ପିଉରିଫାୟାର,ଆୟୁର୍ବେଦିକ ଓøଷଧକୁ ନେଇ ୱେ ଟୁ ଆଡ ଇଣ୍ଡିଆ ବ୍ୟବସାୟ ଆରମ୍ଭ କରିଥିଲା । ସଂସ୍ଥାରେ ବିନିଯୋଗ କରିବା ସହ ମାସକୁ ଦଶରୁ ପନ୍ଦର ପ୍ରତିଶତ ସୁଧରେ ଟଙ୍କା ରିଟର୍ଣ୍ଣ ମିଳିବ ବୋଲି କହି ପାଖାପାଖି ୫୦୦ରୁ ଅଧିକ ଲୋକଙ୍କୁ ଚୁନା ଲଗାଇଥିବା ନେଇ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି ନିବେଶକ । ସଂସ୍ଥା ମୁଖ୍ୟ ସଂସ୍ଥା ବନ୍ଦ କରି ମୋବାଇଲ ଅଫ କରି ଫେରାର ହୋଇଯାଇଥିବା କହିଛନ୍ତି କ୍ଷତିଗ୍ରସ୍ତ । କୌଶଳକ୍ରମେ ସଂସ୍ଥାରେ କାମ କରୁଥିବା ମ୍ୟାନେଜରକୁ କାବୁ କରି ଇଓଡବ୍ଲୁର ଦ୍ୱାରସ୍ଥ ହୋଇଛନ୍ତି ଜମାକାରି ।

ଏହି ସଂସ୍ଥାର ଚିଫ ମ୍ୟାନେଜିଙ୍ଗ ଡାଇରେକ୍ଟର ହେଉଛନ୍ତି ମୋହନ ପରିଡା । । ସ୍ତ୍ରୀ ପୁଷ୍ପଲତା ବେହୁରା ହେଉଛନ୍ତି ସଂସ୍ଥାର ନିର୍ଦେଶିକା । ସୁରେଶ ଚନ୍ଦ୍ର ବେହେରା ବିଜନେସ ଡେଭଲପମେଣ୍ଟ ମ୍ୟାନଜେର ଭାବେ କାମ କରୁଥିବା ବେଳେ ପୁରା ଠକେଇର ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି କ୍ଷତିଗ୍ରସ୍ତ ଲୋକ । ଏହି ସଂସ୍ଥା ପକ୍ଷରୁ ପ୍ରଥମେ ନିବେଶକ ମାନଙ୍କୁ ଲୋଭନିୟ ଅଫର ଦିଆଯାଇଥିଲା । ଲୋକେ ଲୋଭର ବଶବର୍ତୀ ହୋଇ ଟଙ୍କା ମଧ୍ୟ ବିନିଯୋଗ କରିଥିଲେ । ଟଙ୍କା ନିବେଶ କରିବା ପରେ ବିଶ୍ୱାସ ଜନ୍ମେଇବା ପାଇଁ ପ୍ରଥମ କିଛି ମାସ ଠିକ ସମୟରେ ସଂସ୍ଥା ପକ୍ଷରୁ ଟଙ୍କା ଆସିଥିଲା । ହେଲେ ପରବର୍ତୀ ସମୟରେ ମାଲିକ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଫେରାର ।

ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଲୋଭ ଧୋକା ଖାଇଛନ୍ତି ଜମାକାରୀ । ଆଉ ସେମାନେ ସେମାନଙ୍କ ଟଙ୍କା ଫେରିପାଇବେ କି ନାହିଁ ସେ ନେଇ ଏବେ ହରଡଘଟଣାରେ ପଡିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe