ବିଦେଶ ପୁଞ୍ଜିରେ ଚମକିବ ଭାରତୀୟ ରେଳଷ୍ଟେସନ୍ ! ଭାରତକୁ ଫ୍ରାନ୍ସ ଦେବ ୭,୦୦,୦୦୦ ୟୁରୋର ଅନୁଦାନ । 

ବିଦେଶ ପୁଞ୍ଜିରେ ଚମକିବ ଭାରତୀୟ ରେଳଷ୍ଟେସନ୍ ! ଭାରତକୁ ଫ୍ରାନ୍ସ ଦେବ ୭,୦୦,୦୦୦ ୟୁରୋର ଅନୁଦାନ । 

ଭାରତୀୟ ରେଲୱେ ଷ୍ଟେସନ୍ ବିକାଶ ନିଗମ (ଆଇଆରଏସଡିସି) ସୋମବାର ଫ୍ରାନ୍ସ ରାଷ୍ଟ୍ରୀୟ ରେଳବାଇ (ଏସଏନସିଏଫ) ଏବଂ ଫ୍ରାନ୍ସ ବିକାଶ ଏଜେନ୍ସୀ (ଏଏଫଡି) ସହ ତ୍ରିପକ୍ଷୀୟ ଆପୋଷ ବୁଝାମଣା ଅନୁସାରେ ଭାରତରେ ରେଳବାଇ ଷ୍ଟେସନ୍ ର ବିକାଶ କାର୍ଯ୍ୟକ୍ରମ ପାଇଁ କ୍ଷମତା ନିର୍ମାଣ କାରଣରୁ ୭ ଲକ୍ଷ ୟୁରୋର ଅନୁଦାନ ଦିଆଯିବ । ଏହି ଆପୋଷ ବୁଝାମଣାରେ ରେଳ ରାଜ୍ୟ ମନ୍ତ୍ରୀ ସୁରେଶ୍ ଅଙ୍ଗାଡି,ୟୁରୋପ ତଥା ବିଦେଶ ମାମଲାରେ ଫ୍ରାନ୍ସର ରାଜ୍ୟମନ୍ତ୍ରୀ ଜିନ୍ ବେପ୍ଟିଷ୍ଟ ଲେମାୟନେ,ଭାରତରେ ଫ୍ରାନ୍ସର ରାଜଦୂତ ଆଲେକଜାଣ୍ଡାର ଜିଗ୍ଲର ଏବଂ ଫ୍ରାନ୍ସ ଦୂତାବାସ ତଥା ଭାରତୀୟ ରେଳୱେର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାକ୍ଷର କରିଥିଲେ ।

publive-image

ଭାରତୀୟ ରେଳବାଇ ଏକ ବୟାନରେ କହିଥିଲା ଏହି ବୁଝାମଣା ଅନୁସାରେ ଏଏଫଡି,ଭାରତରେ ରେଲୱେ ଷ୍ଟେସନ୍ ବିକାଶ କାର୍ଯ୍ୟକ୍ରମରେ କ୍ଷମତା ନିର୍ମାଣରେ ସହଯୋଗ କରିବା କାରଣରୁ ଆଇଆରଏସଡିସିର ଟେକନିକ୍ ଭାଗିଦାର ସ୍ୱରୁପ ଏସଏନଏଫ-ହବ୍ସ ଏବଂ କାନୋକ୍ଲିଜୟନ୍ସ ମାଧ୍ୟମରେ ୭,୦୦,୦୦୦ ୟୁରୋ ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରିବା ପାଇଁ ସହମତି ଦେଇଥିଲେ । ଏଥିରେ ଆଇଆରଏସଡିସି ତଥା ଭାରତୀୟ ରେଳବାଇ ଉପରେ ଅତିରିକ୍ତ ଦାୟିତ୍ୱ ପଡିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe