ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଇସଲାମିକ ପୋଷାକ ‘ଅବୟା’ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଫ୍ରାନ୍ସର ନିଷ୍ପତି
ଶିକ୍ଷାକୁ ଧର୍ମର ମୁଖ୍ୟ ସ୍ରୋତରୁ ପୃଥକ କରିବା ଉଦ୍ଦେଶ୍ୟରେ ଫ୍ରାନ୍ସ ଏହାର ଜାତୀୟ ଧର୍ମନିରପେକ୍ଷ ନୀତିର ଏକ ଅଂଶ ଭାବରେ ‘ଅବୟା’ (ଇସଲାମିକ୍ ପୋଷାକ) ଏବଂ ଅନ୍ୟାନ୍ୟ ଧାର୍ମିକ ସାମଗ୍ରୀ କିମ୍ବା ପୋଷାକ ବ୍ୟବହାର ଉପରେ କଟକଣା ଜାରି କରିଛି । ଏହି ନିଷ୍ପତି ସ୍କୁଲ ଖୋଲିବା ସିଜନ ପୂର୍ବରୁ ନିଆଯାଇଛି ।
ଅଗଷ୍ଟ 27, 2023ରେ ଫ୍ରାନସ ବୈଦେଶିକ ମନ୍ତ୍ରୀ ଏକ ବକ୍ତବ୍ୟ ଜାରି କରି ତାଙ୍କ ଦେଶରେ ମୁସଲିମ୍ ଛାତ୍ରୀମାନେ ପିନ୍ଧୁଥିବା ପୋଷାକ ‘ଅବୟା’ ଉପରେ କଟକଣା ଲଗାଇଛନ୍ତି ।
ଫ୍ରାନ୍ସ ଶିକ୍ଷାମନ୍ତ୍ରୀ ଗାବ୍ରିଏଲ ଅଟ୍ଟଲ ଗଣମାଧ୍ୟମକୁ କହିଛନ୍ତି ଯେ ‘ସ୍କୁଲ ଗୁଡିକରେ ଆଉ ‘ଅବୟା’ର ବ୍ୟବହାର କରାଯାଇ ପାରିବନାହିଁ । ଆମେ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦେଇଛୁ ଯେ ଏହି ନିୟମ ଯେପରି କଡାକଡି ଭାବେ ପାଳନ କରାଯାଏ ତାହା ସେମାନେ ଦେଖିବେ । ଯେହେତୁ ଆସନ୍ତା ସେପ୍ଟେମ୍ବର 4 ରୁ ସ୍କୁଲଗୁଡ଼ିକ ଖୋଲିବାକୁ ଯାଉଛି ।‘
ମହିଳାମାନେ ମଧ୍ୟ ମୁଣ୍ଡରେ ସ୍କାର୍ଫ ବାନ୍ଧିପାରିବେ ନାହିଁ । ବହୁତ ବିଚାରବିମର୍ଶ ପରେ ଏହି ନିଷ୍ପତି ନିଆଯାଇଛି ।
ଫ୍ରାନ୍ସ ଶିକ୍ଷାବ୍ୟବସ୍ଥାରେ ଧାର୍ମିକ ପ୍ରଭାବକୁ ହ୍ରାସ କରିବାପାଇଁ ଏହିପରି ନିଷ୍ପତି ନେଇଥିବାର ଜଣାପଡିଛି ।
‘ଧର୍ମନିରପେକ୍ଷତାର ପ୍ରକୃତ ଅର୍ଥ ହେଉଛି ଶିକ୍ଷା ମାଧ୍ୟମରେ ନିଜକୁ ସ୍ଵାଧୀନଚେତା ହେଇ ଗଢିବା । ‘ଅବୟା’ ହେଉଛି ଏକ ଧାର୍ମିକ ସଙ୍କେତ ଯାହା ପିଲାମାନଙ୍କୁ ଶିକ୍ଷା ଅପେକ୍ଷା ଧର୍ମକୁ ଅଧିକ ମହତ୍ଵ ଦେଇଥିବାର ଶିକ୍ଷା ଦେଇଥାଏ । ଏପରି ପରୀକ୍ଷଣ କରିବାକୁ ଆମେ ଦେବୁନାହିଁ । ଶିକ୍ଷାକୁ ଧର୍ମରୁ ପୃଥକ ରଖିବାକୁ ଆମେ ଦୃଢ ପରିକର ।‘
‘ତମେ ଯେତେବେ ଶ୍ରେଣୀଗୃହରେ ପ୍ରବେଶ କଲ ତମେ ଜଣେ ଛାତ୍ର ଏହାବାଦ୍ ତମର ଆଉକିଛି ପରିଚୟ ହେଇନପାରେ ।‘ ବୋଲି ଶିକ୍ଷାମନ୍ତ୍ରୀ ଗାବ୍ରିଏଲ ଅଟ୍ଟଲ କହିଛନ୍ତି ।
‘ଅବୟା’ କଣ
ସମସ୍ତେ ହିଜାବ ବିଷୟରେ ଜାଣିଛନ୍ତି କିନ୍ତୁ ‘ଅବୟା’ ଏହାଠାରୁ ସମ୍ପୂର୍ଣ ଅଲଗାପ୍ରକାର ପରିଧାନ । ଇସ୍ଲାମିକ ମାନ୍ୟତା ଅନୁସାରେ ଏହା ସାଧାରଣ ପୋଷାକ ଉପରେ ପିନ୍ଧା ଯାଇପାରିବ । ଢିଲାଢାଲା ଏହି ପୋଷାକରେ କେବଳ ମୁହଁକୁ ଛାଡି ଦେହର ଅନ୍ୟସବୁ ଅଂଶ ଢାଙ୍କି ହୋଇରୁହେ । ଆଧୁନିକ ମୁସଲମାନ ମହିଳାମାନେ ଏହା ପିନ୍ଧିବାକୁ ପସନ୍ଦ କରନ୍ତି । ଆଜିଯାଏ ‘ଅବ୍ୟା’ ଉପରେ କୌଣସି କଟକଣା ଲଗାଯାଇନଥିଲା ।
Follow Us