ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ମଙ୍ଗଳବାର ଇସ୍ରାଏଲ ଗସ୍ତର ଯାଇଥିଲେ । ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ସେ ଇସ୍ରାଏଲ ପରିଦର୍ଶନ କରିବାରେ ପଞ୍ଚମ ବିଦେଶୀ ନେତା ଅଟନ୍ତି । ଏହି ଗସ୍ତ ସମୟରେ ମାକ୍ରୋନ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଭେଟିଥିଲେ ।

Advertisment

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମଙ୍ଗଳବାର ଦିନ ଦିନିକିଆ ଗସ୍ତରେ ଇସ୍ରାଏଲ ଯାଇ ତେଲ ଅଭିବରେ ପହଞ୍ଚିଥଲେ ।  ଏହି ସମୟରେ ସେ ଅକ୍ଟୋବର ୭ ରେ ହାମାସ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ବନ୍ଧକ ରଖାଯାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ  ଭେଟିଥିଲେ । ଇସ୍ରାଏଲରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗ ଏବଂ ପ୍ରତିରକ୍ଷା ମନ୍ତ୍ରୀ ୟାଭ ଗାଲାଣ୍ଟ ଏବଂ ବିରୋଧୀଦଳର ନେତା ୟାୟର ଲାପିଡ ଏବଂ ବେନି ଗାଣ୍ଟଜଙ୍କ ସହ ଆଲୋଚନା କରିଥିଲେ । ମାକ୍ରୋନ୍ ରାମଲ୍ଲା ସହରକୁ ମଧ୍ୟ ଗସ୍ତରେ ଯିବେ । ସେଠାରେ ସେ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ଏସବୁ ମଧ୍ୟରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସକୁ ଶେଷ କରିବା ପାଇଁ ମାକ୍ରୋନ୍ ମଧ୍ୟ ଏକ ଆଇଡିଆ ଦେଇଛନ୍ତି।

ମାକ୍ରୋଙ୍କ ଆଇଡିଆ କ’ଣ ?

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଙ୍ଗଳବାର ଦିନ ହମାସ ପରି ଆତଙ୍କବାଦୀ ସଂଗଠନ ବିରୋଧରେ ଏକ ଆନ୍ତର୍ଜାତୀୟ ମିଳିତ ମଞ୍ଚ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେ ବିଶ୍ଵାସ କରନ୍ତି ଯେ ଇରାକ ଏବଂ ସିରିଆରେ ଆଇଏସ ସହ ଲଢୁଥିବା  ମିଳିତ ମଞ୍ଚ ଏହାର ପରିସର ବିସ୍ତାର କରିବା ଉଚିତ ଏବଂ ଗାଜାରେ ଥିବା ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ବିରୋଧ ଲଢେଇରେ ଏହା ସାମିଲ ହେବା ଉଚିତ । ଆମେରିକାର ନେତୃତ୍ୱରେ ଲଢୁଥିବା ମିଳିତ ମଞ୍ଚରେ ଇସ୍ରାଏଲ ସଦସ୍ୟ ନାହିଁ ତେବେ ଏହା କିପରି ହମାସ ବିରୋଧରେ ଲଢେଇ କରିବ ସେ ବିଷୟରେ ମାକ୍ରୋନ କୌଣସି ସୂଚନା ଦେଇନାହାନ୍ତି । ତେବେ ତାଙ୍କର ପରାମର୍ଶଦାତା କହିଛନ୍ତି ଯେ ମିଳିତ ମଞ୍ଚର ଯୋଗଦାନ ଅର୍ଥ ନୁହେଁ କେବଳ ଯୁଦ୍ଧ କରିବା , ଗୁଇନ୍ଦା ତଥ୍ୟର ଆଦାନପ୍ରଦାନ ବି ଏକ ପ୍ରକାର ସହଯୋଗ ହୋଇପାରେ ।

ନେତାନ୍ୟାହୁ କ’ଣ କହିଥିଲେ ?

ଜେରୁଜେଲମରେ ମାକ୍ରୋନ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ ଫ୍ରାନ୍ସ ଏବଂ ଇସ୍ରାଏଲ ଆତଙ୍କବାଦକୁ ସେମାନଙ୍କର 'ସାଧାରଣ ଶତ୍ରୁ' ଭାବରେ ଦେଖୁଛନ୍ତି । ନେତାନ୍ୟାହୁ ମାକ୍ରୋନଙ୍କ ପ୍ରସ୍ତାବ ଉପରେ ସିଧାସଳଖ କୌଣସି ମନ୍ତବ୍ୟ ଦେଇନାହାଁନ୍ତି, କିନ୍ତୁ ଏହି ଯୁଦ୍ଧ ‘ଖରାପ  ଏବଂ ମୁକ୍ତ ବିଶ୍ୱ’ ମଧ୍ୟରେ ଚାଲିଛି ବୋଲି କହିଥିଲେ । ସେ କହିଥିଲେ, 'ଏହି ଲଢେଇ କେବଳ ଆମର ନୁହେଁ ... ଏହା ସମସ୍ତଙ୍କ ଲଢେଇ ।' ୨୦୧୪ ରେ ଆମେରିକାର ନେତୃତ୍ୱାଧୀନ ମିଳିତ ମଞ୍ଚ ଆଇଏସ୍ ବିରୁଦ୍ଧରେ ଗଠନ କରାଯାଇଥିଲା । ମାକ୍ରୋନଙ୍କ କାର୍ଯ୍ୟାଳୟ କହିଛି ଯେ ଆମର ବିଚାର ହେଉଛି  ମିଳିତ ମଞ୍ଚରୁ ପ୍ରେରଣା ଆଣିବା । ଇସ୍ରାଏଲ୍ ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହ ହମାସ ବିରୁଦ୍ଧରେ କ’ଣ ପ୍ରାସଙ୍ଗିକ ହୋଇପାରେ ସେ ବିଷୟରେ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ ଅଛୁ ।

ଫ୍ରାନ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଆଇଏସ ବିଷୟରେ ସୂଚନା ଦେଇ ସେ କହିଛନ୍ତି, ହାମାସ ବିରୋଧରେ ଆନ୍ତର୍ଜାତୀୟ ମିଳିତ ମଞ୍ଚ ପାଇଁ ଫ୍ରାନ୍ସ ପ୍ରସ୍ତୁତ ଅଛି ।  ଯେଉଁଥିରେ ଆମେ ଇରାକ ଏବଂ ସିରିଆରେ ହମାସ ବିରୋଧରେ ଲଢେଇରେ ମଧ୍ୟ  ଭାଗ ନେଉଛୁ । ଆଞ୍ଚଳିକ ବିବାଦର ବିପଦ ବିଷୟରେ ଚେତାବନୀ ଦେଇଥିବା ମାକ୍ରୋନ୍ ମଧ୍ୟ କହିଛନ୍ତି ଯେ ହାମାସ ବିରୋଧରେ ଲଢେଇ 'ଦୟା ବିନା' ହେଇପାରେ କିନ୍ତୁ ନିୟମ ବିନା' ହେବା ଉଚିତ ନୁହେଁ । ଏଲିସି ପ୍ୟାଲେସରେ ଥିବା ଏକ ସୂତ୍ର ଅନୁସାରେ ରାଷ୍ଟ୍ରପତି ପାଲେଷ୍ଟାଇନ ସହିତ ଏକତା ପ୍ରକାଶ କରିବା ଏବଂ ଦୁଇ ରାଜ୍ୟର ସମାଧାନ ଉପରେ ଆଲୋଚନା କରିବାକୁ ଯୋଜନା କରିଛନ୍ତି ।