ସେମିଫାଇନାଲରେ ଫ୍ରାନ୍ସ ! ଉରୁଗୁଏକୁ ୨-୦ରେ ମାତ ଦେଇ ଫୁଟବଲ ବିଶ୍ୱକପ ସେମିରେ ଫ୍ରାନ୍ସ ।

26

ଚଳିତ ଫୁଟବଲ ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ଶୁକ୍ରବାର ଫ୍ରାନ୍ସ ୨-୦ରେ ଉରୁଗୁଏକୁ ପରାସ୍ତ କରିଛି । ଫିଫା ବିଶ୍ୱକପ ଇତିହାସରେ ଫ୍ରାନ୍ସ ପ୍ରଥମ ଥର ଉରୁଗୁଏ ହରାଇବା ସହିତ ସେମିଫାଇନାଲରେ ପ୍ରବେଶ କରିଛି । ଫ୍ରାନ୍ସର ରାଫେଲ ବରାନ ୪୦ ମିନିଟରେ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ । ସେ ଆଣ୍ଟୋନି ଗ୍ରୀଜମ୍ୟାନଙ୍କ କର୍ଣ୍ଣର କିକ୍ ବଲକୁ ହେଡରକୁ ଗୋଲପୋଷ୍ଟ ପର୍ୟ୍ୟନ୍ତ ନେଇଥିଲେ ।

ଫ୍ରାନ୍ସ ପାଇଁ ୨ୟ ଗୋଲ ଦେଇଥିଲେ ଗ୍ରୀଜମ୍ୟାନ । ସେ ୬୧ ମିନିଟରେ ଗୋଲ ଦେଇଥିଲେ । ବକ୍ସ ବାହାରୁ ସର୍ଟ ମାରି ବଲକୁ ମାରିଥିଲେ । ଉରୁଗୁଏର ଗୋଲକିପର ଫର୍ଣ୍ଣାଡୋ ମୁସଲେରାଙ୍କ ହାତରେ ବଲ ବାଜିଥିଲେ ମଧ୍ୟ ସେ ଗୋଲକୁ ଅଟକାଇ ପାରି ନଥିଲେ ।

ଏହା ପୂର୍ବରୁ ଫ୍ରାନ୍ସର ଲୁକାସ ହର୍ଣ୍ଣାଡେଜଙ୍କୁ ମ୍ୟାଚର ପ୍ରଥମ ୟଲୋ କାର୍ଡ ୩୩ ମିନିଟରେ ମିଳିଥିଲା । ୬୯ ମିନିଟରେ କାଲିୟନ ଏମ୍ବାପ୍ପୋଙ୍କୁ ମଧ୍ୟ ଏହି କାର୍ଡ ମିଳିଥିଲା। ଫ୍ରାନ୍ସ ୮୦ ମିନିଟରେ ଟୋଲିସୋଙ୍କ ସ୍ଥାନରେ ଏନଜୋନଜି, ୮୮ ମିନିଟରେ କିଲିୟନ ଏମ୍ବାପ୍ପେଙ୍କ ସ୍ଥାନରେ ଡେମ୍ବେଲେ ଓ ୯୦+୩ ମିନିଟରେ ଗ୍ରୀଜମ୍ୟାନଙ୍କୁ ଡାକିଥିଲା ।