କନକ ବ୍ୟୁରୋ : ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ନେଇ ପୂର୍ବରୁ ଗୁଇନ୍ଦା ବିଭାଗ ସତର୍କ କରାଇଥିଲା । ଆଜି ଅଲିମ୍ପିକ୍ସର ଶୁଭ ଉଦଘାଟନ ହେବାକୁ ଯାଉଥିବା ବେଳେ ଫ୍ରାନ୍ସରେ ହିଂସା ଦେଖିବାକୁ ମିଳିଛି । ଫ୍ରାନ୍ସର ରେଳ ନେଟୱର୍କ ଉପରେ ଆକ୍ରମଣ ହୋଇଛି । ଏହାସହ ଲୋକମାନେ ରେଳ ଲାଇନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଫଳରେ ଅନେକ ଟ୍ରେନ୍ ରଦ୍ଦ ହୋଇଛି । ଫଳରେ ୮ଲକ୍ଷରୁ ଅଧିକ ଯାତ୍ରୀ ଷ୍ଟେସନରେ ଫଶି ରହିଛନ୍ତି । ହେଲେ ବାସ୍ତବରେ ଏଭଳି କାହିଁକି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
ଅଲିମ୍ପିକ୍ସ ପୂର୍ବରୁ ଫ୍ରାନ୍ସରେ ରେଳ ନେଟୱର୍କ ଉପରେ ଆକ୍ରମଣ । ରେଳ ଲାଇନରେ ନିଆଁ ଲଗାଇଦେଲେ ଲୋକେ, ଷ୍ଟେସନରେ ଫଶି ରହିଛନ୍ତି ୮ ଲକ୍ଷ ଯାତ୍ରୀ
/kanak/media/post_attachments/wp-content/uploads/2024/07/AP24208289765730.jpg)