ଜୈସ-ଏ-ମହମ୍ମଦ ପ୍ରମୁଖ ଆତଙ୍କବାଦୀ ମସୁଦ୍ ଅଜହର ଉପରେ ଫ୍ରାନ୍ସ ନେବ ଆକ୍ସନ୍ ! ଫ୍ରାନ୍ସ ସରକାର ସିଜ୍ କରିବେ ମସୁଦର ସଂପତ୍ତି ।

311

ଜୈସ-ଏ-ମହମ୍ମଦ ପ୍ରମୁଖ ଆତଙ୍କବାଦୀ ମସୁଦ୍ ଅଜହର ଉପରେ ଫ୍ରାନ୍ସ ପ୍ରତିବନ୍ଧ ଲଗାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ଏହାସହ ସେ କହିଛନ୍ତି ଯେ ଆତଙ୍କବାଦ ବିପକ୍ଷରେ ଫ୍ରାନ୍ସ ସବୁ ସମୟରେ ଭାରତ ସହ ରହିଛି । ଫ୍ରାନ୍ସ କହିଛି ଯେ ମସୁଦ୍ ଅଜହରର ସଂପତ୍ତିକୁ ସିଜ୍ କରାଯିବ । ସଂଯୁକ୍ତ ରାଷ୍ଟ୍ରରେ ମସୁଦ୍ ଅଜହର ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଫ୍ରାନ୍ସ ପ୍ରସ୍ତୁତି କରୁଛି । ଫ୍ରାନ୍ସ ଆମେରିକା ଏବଂ ବ୍ରିଟେନ୍ ସହ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ରଖିଥିଲେ । ଯେଉଁଥିରେ ପାକ୍ ସ୍ଥିତ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦକୁ ‘ବିଶ୍ୱ ଆତଙ୍କବାଦୀ’ ଘୋଷଣା କରାଯାଇଥିଲା । କିନ୍ତୁ ଚୀନ୍ ଏଥିରେ ମଧ୍ୟସ୍ଥି ସାଜି ମସୁଦକୁ ବଚାଂଇ ଦେଇଥିଲା ।

ଫ୍ରାନ୍ସର ୟୁରୋପ ଏବଂ ବିଦେଶ ମନ୍ତ୍ରାଳୟ , ଫ୍ରାନ୍ସର ଆର୍ଥୀକ ଏବଂ ଅର୍ଥ ମନ୍ତ୍ରାଳୟରେ କୁହାଯାଇଥିଲା ଯେ ଫେବୃୟାରୀ ୧୪ ପୁଲୱାମା ଆକ୍ରମଣ ଭଳି ଏକ ଘାତକ ଆକ୍ରମଣ ହୋଇଥିଲା ଯେଉଁଥିରେ ସିଆରପିଏଫ୍ ର ୪୦ ରୁ ଅଧିକ ଯବାନ ସହିଦ୍ ହୋଇଯାଇଥିଲେ ।