ୟୁଏନ୍ ସୁରକ୍ଷା ପରିଷଦରେ ଭାରତକୁ ମିଳିବ ସ୍ଥାୟୀ ସଦସ୍ୟତା! ବ୍ରିଟେନ ପରେ ଫ୍ରାନ୍ସ ଦେଲା ସମର୍ଥନ

172

କନକ ବ୍ୟୁରୋ: ଶୁକ୍ରବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆଗରେ ଫ୍ରାନ୍ସ ଭାରତ ସମେତ ଜର୍ମାନୀ, ବ୍ରାଜିଲ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟ କରିବାକୁ ସମର୍ଥନ ଦେଇଛି । ଫ୍ରାନ୍ସ ପକ୍ଷରୁ ପ୍ରତିନିଧି ମିଳିତ ଜାତିସଂଘର ଦେଶମାନଙ୍କୁ କହିଛନ୍ତି ସଂଘରେ ନୂଆ ଶକ୍ତିଙ୍କୁ ସମାହିତ କରିବା ଦରକାର । ଯେଉଁମାନେ ସକ୍ଷମ ତଥା ଦାୟିତ୍ୱ ନେବାକୁ ବୁଝନ୍ତି ସେମାନଙ୍କୁ ସ୍ଥାୟୀ ସଦସ୍ୟ କରାଯାଉ । ଫ୍ରାନ୍ସ ପକ୍ଷରୁ ସ୍ଥାୟୀ ପ୍ରତିନିଧି ଥିବା ନଥାଲିଏ ବ୍ରୋଡହଷ୍ଟ କହିଛନ୍ତି, ଫ୍ରାନ୍ସର ସ୍ଥିତି ବହୁତ ସ୍ଥାୟୀ ଏବଂ ମଜବୁତ ରହିଛି । ଆମେ କାଉନସିଲରେ ନୂଆ ବିଶ୍ୱର ଅନେକ ପ୍ରତିନିଧିକୁ ଯୋଡିବା ପାଇଁ ଚାହୁଁଛୁ । ଏହି ଦେଶଙ୍କ ଯୋଗଦାନ ସଂଘର ବଳ ବୃଦ୍ଧି କରିବ ।

ସେ ମିଳିତ ଜାତିସଂଘର ଜେନେରାଲ ଆସେମ୍ବଲିରେ ପ୍ଲାନେଟୋରୀ ମିଟିଂରେ ଏହି କଥା ରଖିଥିଲେ । ‘ସୁରକ୍ଷା ପରିଷଦର ସଦସ୍ୟତାରେ ସମାନ ପ୍ରତିନିଧିତ୍ୱ ବୃଦ୍ଧି ଏବଂ ସୁରକ୍ଷା ପରିଷଦ ସମ୍ବନ୍ଧିତ ଅନ୍ୟ ମାମଲା’ ଶୀର୍ଷକ ବିଷୟରେ ଆଲୋଚନା ବେଳେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ସେହି ଜିନିଷ ଉପରେ ଧ୍ୟାନ ଦେବା ଦରକାର ଯାହା କି ନୂଆ ବିଶ୍ୱର ଶକ୍ତି ଭାବେ ଆଗକୁ ଆସୁଛନ୍ତି । ଏହା ଛଡା ସେମାନେ କାଉନସିଲର ସଦସ୍ୟ ହେବା ସହ ଦାୟିତ୍ୱ ଉଠାଇବାକୁ ପ୍ରସ୍ତୁତ ହେଉଛି । ତାଙ୍କ ମତରେ କାଉନସିଲରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରି ୨୫ କରିବାକୁ କହିଛନ୍ତି । ଭାରତ, ଜର୍ମାନୀ, ବ୍ରାଜିଲ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟତାକୁ ଫ୍ରାନ୍ସ ସମର୍ଥନ କରିଛି । ସେ ଆଫ୍ରିକୀୟ ଦେଶଙ୍କୁ ମଧ୍ୟ ଆଗକୁ ଆସି ଦାୟିତ୍ୱ ନେବାକୁ କହିଛନ୍ତି ।