କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ଚକ୍ରବ୍ୟୁହରେ କାଲି ଅନେକ ହେଭିୱେଟ୍ ନେତାଙ୍କ ଅଗ୍ନି ପରୀକ୍ଷା । ରାତିପାହିଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରା ଦେଶରେ ପଡିବ ଭୋଟ୍ । ଏଥିରେ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନରେ ମତଗ୍ରହଣ କରାଯିବ । ନିଜ ନିଜ ସଂସଦୀୟ କ୍ଷେତ୍ରରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

Advertisment

publive-image୧୨ କୋଟି ୭୯ ଲକ୍ଷରୁ ଉର୍ଦ୍ଧ୍ଵ ମତଦାତା ୯୪୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ନିର୍ବାଚନ ରଣାଙ୍ଗନରେ ଥିବା ପ୍ରମୁଖ ଚେହେରା ମାନେ ହେଲେ ମୁମ୍ବାଇ (ଉତ୍ତର) ଆସନରୁ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଲା ମାତୋଣ୍ଡକର, ବେଗୁସରାଇ ଆସନରୁ କହ୍ନୈୟା କୁମାର, ଉନ୍ନାଓ ଆସନରୁ ସାକ୍ଷୀ ମହାରାଜ, କନୌଜରୁ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ବଲ ଯାଦବ, ମୁମ୍ବାଇ (ଦକ୍ଷିଣ)ରୁ କଂଗ୍ରେସର ମିଲିନ୍ଦ ଦେଓରା, ପଶ୍ଚିମ ବଙ୍ଗର ଆସନସୋଲ ଆସନରୁ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ଉତ୍ତରପ୍ରଦେଶର ଫରୁକାବାଦରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ସଲମାନ ଖୁର୍ସିଦ ପ୍ରମୁଖ ।

ଦେଶବ୍ୟାପୀ ମତଦାନରେ ସୁବିଧା ପାଇଁ ୧ ଲକ୍ଷ ୪୦ ହଜାର ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ଓଡିଶାରେ ୬ଟି ସଂସଦୀୟ ଆସନରେ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୫୧୪୮୮୩ ମତଦାତା । ଏଥିରେ ସାମିଲ ଅଛନ୍ତି ୪୯୦୮୫୭୫ ପୁରୁଷ , ୪୬୦୫୬୯୪ ମହିଳା ଏବଂ ୬୧୫ ଜଣ ତୃତୀୟ ଲିଙ୍ଗର ମତଦାତା । ମୋଟ ୧୦୭୯୨ ପୋଲିଂ ବୁଥରେ ମତଦାନ ଗ୍ରହଣ କରାଯିବ ।