ଭୟଙ୍କର ହେଲା ଭାଇରସ୍ : ମହାରାଷ୍ଟ୍ରରେ ମାତିଲା କରୋନା ଭାଇରସ୍ , ୪ ଭାଇରସ୍ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତୀ ।

ଭୟଙ୍କର ହେଲା ଭାଇରସ୍ : ମହାରାଷ୍ଟ୍ରରେ ମାତିଲା କରୋନା ଭାଇରସ୍ , ୪ ଭାଇରସ୍ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତୀ ।

କରୋନା ଭାଇରସ୍‌ ଚୀନ ପରେ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ ଏହି କରୋନା ଭାଇରସ ଭୟ ଦେଖିବାକୁ ମିଳିଛି। ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ସନ୍ଦିଗ୍ଧଙ୍କୁ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ପୁନେସ୍ଥିତ ନାଇଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀଙ୍କୁ ଯାଞ୍ଚ କଡାକଡି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧୦୦ରୁ ଅଧିକ ଲୋକ ଏଡି ଭାଇରସ୍‌ ପାଇଁ ଅବଜରଭେସନ୍‌ରେ ଅଛନ୍ତି।

publive-image

ସୂଚନାଯୋଗ୍ୟ ଯେ, ଭୟଙ୍କର କରୋନା ଭାଇରସ୍‌ ଯୋଗୁଁ ଚୀନ୍‌ରେ ମୃତ୍ୟୁସଂଖ୍ୟା ୮୧କୁ ବୃଦ୍ଧି ପାଇଥିବାବେଳେ ୨୮୦୦ ଜଣ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ହୁବେଇ ପ୍ରଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ।‌ କେବଳ ସୋମବାର ଦିନ ହୁବେଇ ପ୍ରଦେଶରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ହଂକଂରେ ୮ ଜଣ କ‌ରୋନା ଭାଇରସ୍‌‌ରେ ଆକ୍ରାନ୍ତ ହୋଇଥିବା ‌ବେଳେ ଏହା ଗତ ଶନିବାର ଦିନ ଭାଇରସ୍‌ ଏମର୍ଜେନ୍ସି ଜାରି କରିଥିଲା। ‌ତେବେ ଚୀନ୍‌ ବାଦ୍‌ ପ୍ରାୟ ୧୦ ଟି ଦେଶରେ କରୋନା ଭାଇରସ୍‌ ପହଞ୍ଚିଥିବା ଜଣାପଡ଼ିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe