କରୋନା ଭାଇରସ୍ ଚୀନ ପରେ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ ଏହି କରୋନା ଭାଇରସ ଭୟ ଦେଖିବାକୁ ମିଳିଛି। ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ସନ୍ଦିଗ୍ଧଙ୍କୁ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ପୁନେସ୍ଥିତ ନାଇଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀଙ୍କୁ ଯାଞ୍ଚ କଡାକଡି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧୦୦ରୁ ଅଧିକ ଲୋକ ଏଡି ଭାଇରସ୍ ପାଇଁ ଅବଜରଭେସନ୍ରେ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଭୟଙ୍କର କରୋନା ଭାଇରସ୍ ଯୋଗୁଁ ଚୀନ୍ରେ ମୃତ୍ୟୁସଂଖ୍ୟା ୮୧କୁ ବୃଦ୍ଧି ପାଇଥିବାବେଳେ ୨୮୦୦ ଜଣ ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ହୁବେଇ ପ୍ରଦେଶରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ । କେବଳ ସୋମବାର ଦିନ ହୁବେଇ ପ୍ରଦେଶରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ହଂକଂରେ ୮ ଜଣ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ଗତ ଶନିବାର ଦିନ ଭାଇରସ୍ ଏମର୍ଜେନ୍ସି ଜାରି କରିଥିଲା। ତେବେ ଚୀନ୍ ବାଦ୍ ପ୍ରାୟ ୧୦ ଟି ଦେଶରେ କରୋନା ଭାଇରସ୍ ପହଞ୍ଚିଥିବା ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/39-750x430-1.jpg)
/kanak/media/post_attachments/wp-content/uploads/2020/01/skynews-coronavirus-china-virus_4898807-300x169.jpg)
/kanak/media/post_attachments/wp-content/uploads/2020/01/chinavirus-154_8-300x225.jpg)