ମଧ୍ୟପ୍ରଦେଶ ଚିତ୍ରକୁଟ ଜିଲ୍ଲାରେ ସାଢେ ୪ ବର୍ଷର କୁନି ଝିଅ ଅପର୍ଣ୍ଣା ମିଶ୍ର ଓରଫ୍ କିଟ୍ଟୁର ନାଁ ଲୋକଙ୍କ ପାଟିରେ ସବୁବେଳେ ରହିଛି । ସ୍କୁଲର ପାହାଚ ଚଢି ନଥିବା ଏହି କୁନିଝିଅର ଜ୍ଞାନକୁ ଦେଖି ଏବେ ସମସ୍ତେ ଚକିତ । ପ୍ରତ୍ୟେକ ରାଜ୍ୟର ରାଜଧାନୀ , ହିନ୍ଦୀ ସାହିତ୍ୟର ପୁସ୍ତକର ଲେଖକ,ଘଟଣା,ଗୁଣ-ଭାଗ ଆଦିରୁ ନେଇ ପଠନ, ଲିଖନ ପର୍ଯ୍ୟନ୍ତ କଳାରେ ସେ ଖୁବ୍ ପାରଙ୍ଗମ ହୋଇ ରହିଛନ୍ତି । ଚିତ୍ରକୁଟ ଜିଲ୍ଲାର ଭୋରିର ରଲିହନ୍ ନିବାସୀ ବେଦପ୍ରକାଶ ମିଶ୍ରଙ୍କ ଝିଅ ହେଉଛନ୍ତି ଅପର୍ଣ୍ଣା । ବାପା ଏକ ପ୍ରାଇମେରୀ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଥିବାବେଳେ ତାଙ୍କ ତିନି ଝିଅଙ୍କ ମଧ୍ୟରେ ଅପର୍ଣ୍ଣା ଦ୍ୱିତୀୟ ଝିଅ । ପିତା ତାଙ୍କୁ ଆଇଏଏସ୍ କରିବାକୁ ଚାହୁଁଥିବା ବେଳେ ଝିଅର ସ୍ମରଣ ଶକ୍ତି ଏତେ ଗଭୀର ଯେ ଥରେ ପଢିଦେଲେ ସବୁଦିନ ପାଇଁ ତାହା ମନେ ରହିଯାଉଛି ।
ଜେଜେମା’ ଏବଂ ମା ଖୁସବୁ ଝିଅକୁ କ ଠାରୁ ଜ୍ଞ ପର୍ଯ୍ୟନ୍ତ ପଢାଇଲା ବେଳେ ସେ ସବୁକିଛି ଶୀଘ୍ର ଶିଖିବା ସହ ଶବ୍ଦ ପଢିବା ମଧ୍ୟ ଆରମ୍ଭ କରିଦେଇଥିଲା । ଗାଁରେ ଭାଗବତ ଟୁଙ୍ଗିରେ କଥା ସମୟରେ ସେ ମାସେ ପର୍ଯ୍ୟନ୍ତ ସେହି କଥାକୁ ଦୋହରାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସାଢେ ୪ ବର୍ଷ ହେଲାବେଳକୁ ଦେଶର ସବୁ ରାଜଧାନୀର ନାଁ ଏହି ଝିଅକୁ ମନେ ଥିଲା । ୨୦ ପର୍ଯ୍ୟନ୍ତ ପଣିକିଆ,ଇତିହାସ ଘଟଣା ତାରିଖ ସବୁକିଛି ଏହି ଝିଅର ପାଟି ଅଗରେ ରହିଛି । ତେବେ ପାଖଆଖ ଲୋକ ଏଭଳି ଜଣେ ବିଚକ୍ଷଣ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।
Follow Us
/kanak/media/post_attachments/wp-content/uploads/2019/06/ec-300x203.jpg)