ମହାକାଶରୁ ଫେରିଲେ ୪ ସାଧାରଣ ନାଗରିକ । ଆଟଲାଣ୍ଟିକ୍ ତଟରେ ସୁରକ୍ଷିତ ଅବତରଣ ।

110

କନକ ବ୍ୟୁରୋ: ୩ ଦିନ ପୃଥିବୀ ଚାରିପଟେ ମହାକାଶରେ ବିଚରଣ କରି ଅଭୁତପୂର୍ବ ଦୃଶ୍ୟକୁ ଉପଭୋଗ କରିବା ପରେ ଫ୍ଲୋରିଡା ନିକଟ ଆଟଲାଣ୍ଟିକ୍ ମହାସାଗର ତଟରେ ୪ ଜଣ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଅବତରଣ କରାଇଛି ସ୍ପେସ୍ –ଏକ୍ସ ଯାନ । ଏହାସହ ମହକାଶ ପର୍ଯ୍ୟଟନ କ୍ଷେତ୍ରରେ ରଚିଛନ୍ତି ଇତିହାସ ।
କେପ୍ କାନଭେରାଲ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ୨ଜଣ ବିଜୟୀଙ୍କ ସହ ଜଣେ ସ୍ୱାସ୍ଥ୍ୟ କର୍ମୀ ଓ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଥିବା ଧନୀକ ବ୍ୟକ୍ତିଙ୍କୁ ନେଇ ପ୍ରଥମ ମହାକାଶ ପର୍ଯ୍ୟଟନ ଆରମ୍ଭ କରିଥିଲା ସ୍ପେସ୍- ଏକ୍ସ ମହାକାଶ ଯାନ । ଏମାନେ ହେଲେ ଏହି ଅଭିଯାନର ନେତୃତ୍ୱ ନେଇଥିବା ୩୮ ବର୍ଷିୟ ଜରେଡ୍ ଇସା କମୈନ୍, ୨୯ ବର୍ଷିୟା ଉବ୍ରି ହେଲେ ଆର୍ସେନେକ, ୪୨ ବର୍ଷିୟ କ୍ରିସ୍ ସେେମ୍ବ୍ରୋସ୍କି, ଓ ୫୧ ବର୍ଷିୟ ଜଣେ ଶିକ୍ଷକ ସିୟାନ୍ ପ୍ରୋକ୍ଟର ।ଏହା ଥିଲା ପ୍ରଥମ ଘରୋଇ ମହାକାଶ ଯାନ ।


ମହାକାଶକୁ ଯିବା ଓ ପ୍ରତ୍ୟାବର୍ତ୍ତନ କରିବା ସମୟ ସବୁକିଛି ନିର୍ଦ୍ଧାରିତ ହୋଇଥିଲା । ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ଠାରୁ ୧୬୦ କିଲୋମିଟର ଉଚ୍ଚରେ ନିର୍ଦ୍ଧାରିତ କକ୍ଷପଥରେ ଥାଇ ପୃଥିବୀ ଚାରିପଟେ ୩ ଦିନ ବୁଲିବା ପରେ ଏହା ଫ୍ଲୋରିଡା କୂଳ ସମୁଦ୍ର ତଟରେ ପର୍ଯ୍ୟଟକଙ୍କୁ ଅବତରଣ କରାଇଛି । ଏହାପୂର୍ବରୁ ଗତ ଜୁଲାଇ ମାସରେ ଅନ୍ୟ ୨ ଜଣ କୋଟିପତି ମାହକାଶ ପର୍ଯ୍ୟଟନରେ ଖୁବ୍ କମ ସମୟ ପାଇଁ ଯାଇ ସୁରକ୍ଷିତ ଫେରି ଆସିଛନ୍ତି । ମହାକାଶ ପର୍ଯ୍ୟଟନ ପରି ଏକ ଦୁଃସାହିସିକ କାର୍ଯ୍ୟର ଦାୟିତ୍ୱ ନେଇଥିବା ଜାରେଡ ଆଇଜ୍ୟାକ୍ ମ୍ୟାନ ଏବେ ସାରା ବିଶ୍ୱରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।